Advertisment

ବାହରାଇଚ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କଲା ପୁଲିସ୍‌, ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ

ନେପାଳ ସୀମାନ୍ତରେ ଏନକାଉଣ୍ଟର ହୋଇଛି। ଏହାର ଅର୍ଥ ଦୁଇ ଅଭିଯୁକ୍ତ ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ।

UP

UP

Advertisment

ଉତ୍ତର ପ୍ରଦେଶ ବାହରାଇଚରେ ଦୁର୍ଗା ପୂଜା ବିସର୍ଜନ ବେଳେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏକାଉଣ୍ଟର କରିଛି ପୁଲିସ୍‌। ବାହରାଇଚରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କ ସର୍ଫରାଜ ଓ ଫହିମଙ୍କୁ ଆଜି ପୁଲିସ୍‌ ଗୁଳି କରିଛି।

Advertisment

ନେପାଳ ସୀମାନ୍ତରେ ଏନକାଉଣ୍ଟର ହୋଇଛି। ଏହାର ଅର୍ଥ ଦୁଇ ଅଭିଯୁକ୍ତ ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ। ହେଲେ ସେମାନେ ନିଜ ଯୋଜନାରେ ସଫଳ ହେବା ଆଗରୁ ପୁଲିସ୍‌ ଗୁଳି ଖାଇଛନ୍ତି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁସାରେ, ସର୍ଫରାଜ ଓ ଫହିମର ଗୋଡ଼ରେ ଗୁଳି ବାଜିଛି। ଉଭୟ ହେଉଛନ୍ତି ବାହରାଇଚ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦଙ୍କ ପୁଅ। ସର୍ଫରାଜ ଓ ଫହିମ ବ୍ୟତୀତ ଏନକାଉଣ୍ଟର ହୋଇଥିବା ନେପାଳ ସୀମାରୁ ଆଉ ୩ ଜଣଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଅର୍ଥାତ ଗୋପାଲ ମିଶ୍ରା ହତ୍ୟାକାଣ୍ଡରେ ୫ ଜଣ ଗିରଫ ହୋଇଛନ୍ତି।

Advertisment

ଅନ୍ୟପକ୍ଷରେ ଅବୁଲ ହମିଦଙ୍କ ଝିଅ ରୁଖସାର କହିଛନ୍ତି ଯେ ୟୁପି ଏସଟିଏଫ ତାଙ୍କ ବାପା, ଦୁଇ ଭାଇ ଓ ଆଉ ଜଣେ ଯୁବକଙ୍କୁ ବୁଧବାର ଅପରାହ୍ନ ୪ଟାରୁ ଅଟକ ରଖିଥିଲା। ତାଙ୍କ ସ୍ୱାମୀ ଓ ଦିଅରଙ୍କୁ ମଧ୍ୟ ଏସଟିଏଫ ଉଠାଇ ନେଇଛି। କୌଣସି ପୁଲିସ୍‌ ଷ୍ଟେସନରୁ ସେମାନଙ୍କ ସମ୍ପର୍କରେ କିଛି ମିଳି ନାହିଁ। ସେମାନଙ୍କୁ ଏନକାଉଣ୍ଟର କରିବାକୁ ଯୋଜନା ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ବାହରାଇଚ ଏସ୍‌ପି ବ୍ରିନ୍ଦା ଶୁକ୍ଳା କହିଛନ୍ତି, “୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁଲିସ୍‌ ଗୁଳିରେ ଆହତ ହୋଇଛନ୍ତି। ମୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ହସ୍ପିଟାଲ ଆସିଛି।”

ରବିବାର ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା। ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା।

କିଛି ଲୋକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା। ଗୁଳିମାଡ଼ ମଧ୍ୟ ହୋଇଥିଲା। ଏଥିରେ ଜଣେ ୨୨ ବର୍ଷ ବୟସର ରାମ ଗୋପାଲ ମିଶ୍ରା ପ୍ରାଣ ହରାଇଥିଲା। ଏହାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe