Advertisment

ବାହରାଇଚରେ ଥମୁନି ଉତ୍ତେଜନା, ଗାଡ଼ି ଶୋ'ରୁମରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକେ

50 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଥିବା ଅଭିଯୋଗ।

author-image
Debibandita Barick
ଅଦ୍ୟତନ ହୋଇଛି
Affected Showroom

Affected Showroom

ଏବେ ବି ଉତ୍ତରପ୍ରଦେଶର ବାହରାଇଚରେ ଲାଗି ରହିଛି ଉତ୍ତେଜନା। ଦୁର୍ଗାପୂଜା ମୂର୍ତ୍ତି ବିଶର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ଜଣେ 22 ବର୍ଷୀୟ ଯୁବକ ରାମ ଗୋପାଲ ମିଶ୍ରାଙ୍କ ମୃତ୍ୟୁକୁ ନେଇ ଭିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ। 

Advertisment

ଏହି କ୍ରମରେ ଗତକାଲି ଏକ ଗାଡ଼ି ଶୋ'ରୁମରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଲୋକେ। ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି। ଏଥିସହ 4 ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜଳି ଯାଇଥିବା ଶୋ-ରୁମ୍ ମାଲିକ କହିଛନ୍ତି। 

ସୂଚନା ଅନୁସାରେ, ଶୋ'ରୁମ୍ ମାଲିକ ହରିୟାଣାର ଏକ ହସ୍ପିଟାଲକୁ ହାର୍ଟ ଚେକ୍-ଅପ୍ ପାଇଁ ଯାଇଥିଲେ। ଏହି ସମୟରେ ମହାରାଜଗଞ୍ଜରେ ଥିବା ତାଙ୍କ ଗାଡ଼ି ଶୋ-ରୁମରେ ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ। ଏଥିରେ 38ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି।  

Advertisment

ଶୋ'ରୁମ୍ ମାଲିକ ଅନୁପ ଶୁକ୍ଳା କହିଛନ୍ତି ଯେ, "ଏହି କୋଠାଟି ମହମ୍ମଦ ସଇଦଙ୍କର, କିନ୍ତୁ ମୁଁ ଏହାକୁ ଭଡ଼ାରେ ନେଇ ଶୋ'ରୁମ୍ କରିଥିଲି। ଭିକ୍ଷୋଭକାରୀ ମୋ ଶୋ'ରୁମକୁ ବି ଛାଡ଼ିଲେନି। ନିଆଁ ଲଗାଇଦେବା ଫଳରେ 34ଟି ବାଇକ୍ ଏବଂ ଚାରିଟି କାର୍ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଦୋକାନରେ ଥିବା 4 ଲକ୍ଷ ନଗଦ ଟଙ୍କା ମଧ୍ୟ ପୋଡ଼ି ଯାଇଛି। ଏଥିରେ ମୋର ମୋଟ 50 ଲକ୍ଷ ଟଙ୍କା କ୍ଷତି ହୋଇଛି।"

ନିକଟରେ PWD ମଧ୍ୟ ସ୍ଥାନୀୟ ଅଞ୍ଚଳର 23ଟି ପ୍ରତିଷ୍ଠାନକୁ ନୋଟିସ୍ ପଠାଇଥିଲା। ବେଆଇନ ନିର୍ମାଣ ପାଇଁ ଏସବୁ ପ୍ରତିଷ୍ଠାନର ଉଚ୍ଛେଦ ପାଇଁ ଜାରି କରାଯାଇଥିଲା, ଯେଉଁଥିରେ 20 ଜଣ ମୁସଲିମ ମାଲିକଙ୍କ ଦୋକାନ ରହିଛି। ଏସବୁ ନୋଟିସ୍ ମଧ୍ୟ ରାମ ଗୋପାଳ ମିଶ୍ରାଙ୍କ ହତ୍ୟାକାଣ୍ଡକୁ ନେଇ ଏକ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ସ୍ଥାନୀୟ ଲୋକେ।

ପ୍ରକାଶ ଥାଉକି, ନିକଟରେ ଦୁର୍ଗାପୂଜା ମୂର୍ତ୍ତି ବିଶର୍ଜନ ପ୍ରୋସେସନରେ ମ୍ୟୁଜିକ୍ ବଜାଇବାକୁ ନେଇ ବାହାରାଇଚରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଏହି ସମୟରେ ରାମ ଗୋପାଳ ମିଶ୍ରା ନାମକ ଜଣେ 22 ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ସର୍ଫରାଜ ଏବଂ ତମିଲଙ୍କୁ କାବୁ କରିଛି। ସେମାନେ ନେପାଳ ଖସିଯିବା ସମୟରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲେ। ଏଥିରେ ଆହତ ହୋଇ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Communal Violence Uttar Pradesh UP Violence Bahraich