Advertisment

ସର୍ଦ୍ଦାର ଗଧିଆ ଆତଙ୍କ ଥମୁନି, ପୁଣି ଜଣେ ମହିଳାଙ୍କୁ ଲହୁଲୁହାଣ କଲା

ଏଯାବତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରି ସାରିଥିବା ବେଳେ ସେମାନଙ୍କ ସର୍ଦ୍ଦାର ଛୋଟା ଗଧିଆଟି ଭୟଙ୍କର ହୋଇଉଠିଛି। ଗତ ୨ ଦିନ ମଧ୍ୟରେ ସର୍ଦ୍ଦାର ଗଧିଆଟି ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି ।

ଅଦ୍ୟତନ ହୋଇଛି
wolf

wolf

Advertisment

ଉତ୍ତରପ୍ରଦେଶ ବାହରାଇଚ୍‌ରେ ବାହାରେ ବୁଲୁଥିବା ଏକମାତ୍ର ଗଧିଆ ଅଧିକ ଆକ୍ରାତ୍ମକ ହୋଇ ଉଠିଛି। ଏଯାବତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରି ସାରିଥିବା ବେଳେ ସେମାନଙ୍କ ସର୍ଦ୍ଦାର ଛୋଟା ଗଧିଆଟି ଭୟଙ୍କର ହୋଇଉଠିଛି। ଗତ ୨ ଦିନ ମଧ୍ୟରେ ସର୍ଦ୍ଦାର ଗଧିଆଟି ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି । ସେମାନଙ୍କ ମଧ୍ୟରେ ଦୁଇ ନାବାଳିକା ଓ ଜଣେ ମହିଳା ଅଛନ୍ତି।

Advertisment

ବାହରାଇଚ୍‌ର ମହସୀ ଅଞ୍ଚଳରେ ଗଧଇଆଟି ଆତଙ୍କ ଖେଳାଇ ରଖିଛି। ଗତ ୧୦ ତାରିଖରେ ବନ ବିଭାଗ ପଞ୍ଚମ ଗଧିଆକୁ ଧରିଥିଲେ। ଏହାପରେ ବାହାରେ ରହି ଯାଇଥିବା ଏକମାତ୍ର ଗଧିଆ ଉତ୍ତ୍ୟକ୍ତ ହେବା ସହ ଭୟଙ୍କର ହୋଇ ଉଠିଛି।

ଗତ କାଲି ରାତିରେ ଗଧିଆଟି ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା। ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଗଧିଆ କବଳରୁ ତାଙ୍କୁ ରକ୍ଷା କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏହାପୂର୍ବରୁ ଗଧିଆ ଆକ୍ରମଣରେ ୨ ନାବାଳିକା ଗୁରୁତର ହୋଇ ଏବେବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ସୁଦ୍ଧା ବାହରାଇଚ୍‌ରେ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ଆହତ ହୋଇଛନ୍ତି।

UP Wolf Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe