Advertisment

ବୈଜୟନ୍ତ ପଣ୍ଡା ହେଲେ ପାର୍ଲାମେଣ୍ଟ ବିଜନେସ୍ ଆଡଭାଇଜରୀ କମିଟି ସଦସ୍ୟ

ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ଏହି କମିଟିରେ ସ୍ଥାନ ପାଇଛନ୍ତି।

Baijayant Panda

baijayant panda

Advertisment

ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ସ୍ଥାନ ପାଇଛନ୍ତି।

Advertisment

ସେହିପରି ବିଜନେସ୍ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ। ବିଜେପି ସାଂସଦ ପିପି ଚୌଧୁରୀ, ଅନୁରାଗ ଠାକୁରଙ୍କ ଭଳି ନେତାଙ୍କୁ ବି ବିଜନେସ୍ ଆଡଭାଇଜରୀ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି।

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ସଂସଦର ବେଜଟ୍ ଅଧିବେଶନ। ୨୩ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Advertisment
Delhi Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe