Advertisment

କୋର୍ଟଙ୍କ ନିର୍ଦ୍ଦେଶ ପରେ କାବେରୀ ହସ୍ପିଟାଲ ଗଲେ ମନ୍ତ୍ରୀ ବାଲାଜୀ, ହେବ ବାଇପାସ ସର୍ଜରୀ

ସେ କହିଛନ୍ତି, “ବାଲାଜୀଙ୍କୁ ବ୍ଲଡ ଥିନର୍ସ ଦିଆଯାଇଛି। ସର୍ଜରୀ ପାଇଁ ଡାକ୍ତରମାନେ ମେଡିସିନ ବନ୍ଦ କରି ଦେଇଛନ୍ତି। ସେମାନେ ୪ ଦିନ ପରେ ସର୍ଜରୀ କରିବେ ବୋଲି ଆମକୁ କହିଛନ୍ତି।”

Minister

Minister

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥାଲି ବାଲାଜୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ଗିରଫ ପରେ ତାଙ୍କୁ ପ୍ରଥମେ ତାମିଲନାଡୁର ସରକାରୀ ମଲ୍ଟି ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ବୁଧବାର ଓ ଗୁରୁବାର ରାତି ଯାଏ ରହିଥିଲେ। 

Advertisment

ତେବେ ଗୁରୁବାର ରାତିରେ ତାଙ୍କୁ କାବେରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ୩ରୁ ୪ଦିନ ମଧ୍ୟରେ ତାଙ୍କର ବାଇପାସ୍‌ ହାର୍ଟ ସର୍ଜରୀ କରାଯିବ ବୋଲି ତାମିନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଏମଏ ସୁବ୍ରମଣିଅନ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବାଲାଜୀଙ୍କୁ ବ୍ଲଡ ଥିନର୍ସ ଦିଆଯାଇଛି। ସର୍ଜରୀ ପାଇଁ ଡାକ୍ତରମାନେ ମେଡିସିନ ବନ୍ଦ କରି ଦେଇଛନ୍ତି। ସେମାନେ ୪ ଦିନ ପରେ ସର୍ଜରୀ କରିବେ ବୋଲି ଆମକୁ କହିଛନ୍ତି।”

Advertisment

ହସ୍ପିଟାଲର ସହ ପ୍ରତିଷ୍ଠାତା ଡାକ୍ତର ଅରବିନ୍ଦନ ସେଲବାରଜ ଗୋଟିଏ ବୁଲେଟିନରେ କହିଛନ୍ତି, ସେନ୍ଥାଲି ବାଲାଜୀଙ୍କ ସ୍ୱାସ୍ଥ୍ୟ ଆନେସ୍ତେସିଆ ପାଇଁ କେତେ ଫିଟ ରହିଛି, ତା’ର ଯାଞ୍ଚ କରାଯାଉଛି। ଏହାପରେ ସର୍ଜରୀ ପାଇଁ ଯୋଜନା କରାଯିବ। ବରିଷ୍ଠ ହାର୍ଟ ସର୍ଜନ ଡାକ୍ତର ଏଆର ରଘୁରାମଙ୍କ ନେତୃତ୍ୱରେ ଗୋଟିଏ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ସେ ଏବେ ଆଇସିୟୁରେ ରହିଥିବା ବୁଲେଟିନରେ କୁହାଯାଇଛି।

Tamilnadu Chennai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe