Advertisment

ଇତିହାସରେ ପ୍ରଥମ: କୋର୍ଟରେ ଗଣା ହେଲା ବାଲଟ ପେପର, ଫଳ ଘୋଷଣା କଲେ ଜଜ୍‌

କୋର୍ଟରେ ପ୍ରଥମ ଥର ବାଲଟ ପେପର ଗଣତି ହୋଇଛି। ଗଣତି ପରେ ସର୍ବୋଚ୍ଚ ଅଦାଲତର ବିଚାରପତି ଆପ୍‌ର ମେୟର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି।

sc

sc

Advertisment

ଆଜି ସୁପ୍ରିମକୋର୍ଟରେ ଐତିହାସିକ ଘଟଣା ଘଟିଛି। ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଜାରି ରହିଥିବା ବିବାଦ ଆଜି କୋର୍ଟ ରୁମରେ ସମାଧାନ ହୋଇଛି। କୋର୍ଟରେ ପ୍ରଥମ ଥର ବାଲଟ ପେପର ଗଣତି ହୋଇଛି। ଗଣତି ପରେ ସର୍ବୋଚ୍ଚ ଅଦାଲତର ବିଚାରପତି ଆପ୍‌ର ମେୟର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ପ୍ରଥମେ ବାଲଟ ପେପରଗୁଡ଼ିକୁ ଯାଞ୍ଚ କରିଥିଲେ। ଏହାପରେ ଏହାକୁ ବିକୃତ କରି ଜାଣିଶୁଣି ନାକଚ କରି ଦେଇଥିବା ରିଟର୍ଣ୍ଣିଂ ଅଫିସର ଅନୀଲ ମସିହଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ମେୟର ନିର୍ବାଚନର ଫଳାଫଳ ନିଜେ ଘୋଷଣା କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ।

ବିଜେପି ପୁଣିଥରେ ମେୟର ନିର୍ବାଚନ କରିବାକୁ ଦାବି କରିଥିଲା। ହେଲେ ଏହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଖଣ୍ଡପୀଠରେ ଥିବା ବିଚାରପତିମାନେ କହିଛନ୍ତି, ଏଭଳି ଖଳ ଚରିତ୍ରଙ୍କ ପାଇଁ ଯେମିତି ଗଣତାନ୍ତ୍ରିକ ପ୍ରକ୍ରିୟା କ୍ଷତିଗ୍ରସ୍ତ ନହେବ, ତା’କୁ ନିଶ୍ଚିତ କରିବା ଏହି କୋର୍ଟର କର୍ତ୍ତବ୍ୟ। ମୂଳ ଗଣତାନ୍ତ୍ରିକ ଜନାଦେଶକୁ ନିଶ୍ଚିତ କରିବା ପାଇଁ ବିରଳ ସ୍ଥିତିରେ କୋର୍ଟ ହସ୍ତକ୍ଷେପ ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

ବାଲଟ ପେପର ଗଣତି ପରେ ଖଣ୍ଡପୀଠ ଆବେଦନକାରୀ ତଥା ଆପର ମେୟର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ ମେୟର ଭାବେ ନିର୍ବାଚିତ କରିଥିଲେ।

ଏହାପରେ ଭୋଟ ଗଣତିରେ ହେରଫେର କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇଥିବା ରିଟର୍ଣ୍ଣିଂ ଅଫିସର ଅନୀଲ ମସିହଙ୍କ ବିରୋଧରେ ଅଦାଳତ ଅବମାନନା ମାମଲା ଚାଲିପାରେ ବୋଲି ମଧ୍ୟ କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତା’ର ଉତ୍ତର ୩ ସପ୍ତାହ ମଧ୍ୟରେ ଦେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Chandigarh Mayor Election AAP Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe