/odisha-reporter/media/post_attachments/uploadimage/library/16_9/16_9_0/BLA_1747129082.jpg)
BLA
ପାକିସ୍ତାନ ସେନାର ଅତ୍ୟାଚାରକୁ ବିରୋଧ କରି ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବାଲୁଚି ମୁକ୍ତି ସେନା ବା ବିଏଲଏ ବଡ଼ ଦାବି କରିଛି। ବିଏଲଏ ପକ୍ଷରୁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ୫୧ଟି ସ୍ଥାନରେ ୭୧ଟି ଆକ୍ରମଣ କରାଯାଇଥିବା କୁହାଯାଇଛି। ଗୋଟିଏ ସପ୍ତାହ ମଧ୍ୟରେ ବିଏଲଏ ଆରମ୍ଭ କରିଥିବା ଅପରେସନ ହେରୋଫ ଅଧୀନରେ ଏପରି ଆକ୍ରମଣ କରିଛି। ବିଏଲଏ ଟାର୍ଗେଟରେ କେବଳ ପାକିସ୍ତାନ ସେନା ରହିଥିଲେ। ଆକ୍ରମଣରେ ପାକିସ୍ତାନ ସେନାକୁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିବା ଜଣାପଡ଼ିଛି।
ବିଏଲଏ ଗୋଟିଏ ବିବୃତିରେ କହିଛି ଯେ ପାକିସ୍ତାନ ଏବେ ବିଶ୍ୱସ୍ତରୀୟ ଆତଙ୍କବାଦୀଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି। ତେଣୁ ଅନ୍ତର୍ଜାତୀୟ ସମୂହ ପାକିସ୍ତାନକୁ ଗୋଟିଏ ଆତଙ୍କବାଦୀ ରାଷ୍ଟ୍ର ଭାବେ ନାମିତ କରନ୍ତୁ। ଏଠାରେ ସକ୍ରିୟ ଥିବା ଆତଙ୍କବାଦୀମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଥିବା ବିବୃତିରେ କୁହାଯାଇଛି।
ବିଏଲଏର ଯୋଦ୍ଧାମାନେ କେଚ, ପଞ୍ଜଗୁର, ମସ୍ତୁଙ୍ଗ, କ୍ୱେଟ୍ଟା, ଜାମୁରାନ, ତୋଲାଙ୍ଗି, କୁଲକି ଓ ନୁଶକି ଭଳି ଅଞ୍ଚଳରେ ଆଟାକ କରିଛନ୍ତି। ଏଠାରେ ଥିବା ପାକିସ୍ତାନର ସମାରିକ ଓ ଗୁଇନ୍ଦା ପ୍ରତିଷ୍ଠାନ ଉପରେ କେବଳ ହମଲା ହୋଇନାହିଁ ବରଂ ପୁଲିସ୍ ଷ୍ଟେସନ, ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ି ଓ ବିଭିନ୍ନ ପ୍ରକାରର ଭିତ୍ତିଭୂମିକୁ ଧ୍ୱଂସ କରାଯାଇଛି। ବିଏଲଏ ପକ୍ଷରୁ ଆଇଇଡି ବିସ୍ଫୋରଣ ସହ ସ୍ନିପର ଦ୍ୱାରା ପାକିସ୍ତାନୀ ଟ୍ରୁପ୍ସକୁ ଟାର୍ଗେଟ କରାଯାଇଥିଲା। ଏହାପରେ ବିଭିନ୍ନ ସୁରକ୍ଷା ପୋଷ୍ଟକୁ ବିଏଲଏ ନିଜ ଦଖଲକୁ ନେଇଥିବା କହିଛି।
କ୍ଷେତ୍ରୀୟ ପରିବର୍ତ୍ତନର ଚେତାବନୀ ଦେଇ ବିଏଲଏ ଘୋଷଣା କରିଛି ଯେ ଦକ୍ଷିଣ ଏସିଆରେ ଗୋଟିଏ ନୂଆ ବ୍ୟବସ୍ଥା ଅପରିହାର୍ଯ୍ୟ। ପାକିସ୍ତାନର ଆତଙ୍କବାଦ ଗତିବିଧି ପ୍ରତି ଅନ୍ତରାଷ୍ଟ୍ରୀୟ ସହିଷ୍ଣୁତା ଆଞ୍ଚଳିକ ଅସ୍ଥିରତା ଦେଖାଯିବାର ପ୍ରମୁଖ କାରଣ ହୋଇପାରେ। ଭାରତ ଓ ଅନ୍ତର୍ଜାତୀୟ ସମୂହ ପାକିସ୍ତାନ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଯଦି ସେମାନେ କୌଣସି ପଦକ୍ଷେପ ନ ନେବେ, ତା’ହେଲେ ଅଧିକରୁ ଅଧିକ ରକ୍ତପାତ ହେବ। ପାକିସ୍ତାନକୁ ଯଦି ପୂର୍ବଭଳି ସହ୍ୟ କରାଯିବ, ତା’ହେଲେ ପୂରା ବିଶ୍ୱ ବରବାଦ ହୋଇଯିବ ବୋଲି ବିଏଲଏ କହିଛି।
As part of milit@ry training in preparation for Operation Haroof, #Baloch Liberation Army (BLA) fighters carried out more than 71 coordinated att@cks in more than 51 locations #IndiaPakistanWar#ceasefirepic.twitter.com/AMkovxvNgT
— Mehreen Baloch (@NameisMehreen) May 12, 2025
ପାକିସ୍ତାନ ବିରୋଧରେ ବିଏଲଏକୁ କେହି ପଛରେ ରହି ସମର୍ଥନ କରୁଥିବା ଅଭିଯୋଗକୁ ମଧ୍ୟ ବିବୃତିରେ ଖଣ୍ଡନ କରାଯାଇଛି। ବିଏଲଏର କହିବା କଥା ବାଲୁଚିସ୍ତାନର ସ୍ୱାଧୀନତା ପାଇଁ ସଶସ୍ତ୍ର ଆନ୍ଦୋଳନ ଜାରି ରହିଛି ଓ ରହିବ। ବିଏଲଏ କାହାର ହାତ ବାରିସ କିମ୍ବା ନୀରବ ଦର୍ଶକ ନୁହେଁ। ଆମେ ସ୍ୱତନ୍ତ୍ର ବୋଲି ବିଏଲଏ ମୁଖପାତ୍ର ଜୀୟାନ୍ଦ ବାଲୋଚ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
