Advertisment

ଲରେନ୍ସ ପରେ ବମ୍ବିହା ଗ୍ୟାଙ୍ଗର ଏଣ୍ଟ୍ରି: ବ୍ୟବସାୟୀଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼

ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଘର ବାହାରେ ପ୍ରାୟ ୬ ରୁ ୭ ରାଉଣ୍ଡ ଗୁଳି ମାଡ଼ କରିଛନ୍ତି।

author-image
Madhupriya Mistry
Firing

Firing

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପରେ ଏବେ ରାଜଧାନୀ ଦିଲ୍ଲୀରେ ଏଣ୍ଟ୍ରି କରିଛି ତା'ର ବିରୋଧୀ ଗ୍ୟାଙ୍ଗ ବମ୍ବିହା। ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼। ଏହାପରେ ଗ୍ୟାଙ୍ଗର ଶୁଟର୍‌ମାନେ ଘଟଣାସ୍ଥଳରେ ଏକ ନୋଟ୍ ଛାଡ଼ି ଫେରାର ହୋଇଯାଇଛନ୍ତି। ବମ୍ବିହା ଗ୍ୟାଙ୍ଗର ଶୁଟରମାନେ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ଦିଲ୍ଲୀର ରାଣୀ ବାଗ ଅଞ୍ଚଳରେ ଜଣେ ଜଣାଶୁଣା ବ୍ୟବସାୟୀଙ୍କ ଘର ବାହାରେ ବାମ୍ବିହା ଗ୍ୟାଙ୍ଗର କିଛି ଲୋକେ ଗୁଳିମାଡ଼ କରିଛନ୍ତି। ଦୁଇ ଜଣ ବ୍ୟାକ୍ତି ବାଇକ୍‌ରେ ଆସି ଘର ବାହାରେ ପ୍ରାୟ ୬ ରୁ ୭ ରାଉଣ୍ଡ ଗୁଳି ଚଳାଇଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯାଞ୍ଚ ବେଳେ ଘଟଣାସ୍ଥଳରୁ ଏକ ନୋଟ୍ ଜବତ ହୋଇଛି। ଏଥିରେ ବମ୍ବିହା ଗ୍ୟାଙ୍ଗର କୌଶଳ ଚୌଧୁରୀ ଏବଂ ପାୱାର ଶୌକିନଙ୍କ ନାଁ ଲେଖାଅଛି।

ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ ସୁଦ୍ଧା ଟଙ୍କା ତଥା ବଟି ମାଗିବା ନେଇ କୌଣସି ଫୋନ୍‌ କଲ୍‌ ଆସିନାହିଁ। ଶନିବାର ଏହି ଘଟଣା ଘଟିଛି। ବର୍ତ୍ତମାନ ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Advertisment

୨୦୧୦ରେ ବମ୍ବିହା ଗ୍ୟାଙ୍ଗ ଆରମ୍ଭ ହୋଇଥିଲା। ଏହି ଗ୍ୟାଙ୍ଗର ନେତା ଦବିନ୍ଦର ଜଣେ ଲୋକପ୍ରିୟ କବାଡି ଖେଳାଳି ଥିଲେ। କିନ୍ତୁ ପରେ ହତ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ଜେଲରେ ହିଁ ଦବିନ୍ଦର ବାମ୍ବିହା ନାଁରେ ପ୍ରସିଦ୍ଧ ହେଲେ ଏବଂ ସେ ଅନେକ ଗ୍ୟାଙ୍ଗଷ୍ଟରଙ୍କ ସହିତ ପରିଚିତ ହେଲେ। କେବଳ ସେତିକି ନୁହେଁ ତାଙ୍କ ଠାରୁ ଟ୍ରେନିଂ ମଧ୍ୟ ପାଇଲେ। ଏହା ପରେ ସେ ବାମ୍ବିହା ଗ୍ୟାଙ୍ଗର ନେତା ପାଲଟିଗଲେ।

ତେବେ ୨୦୧୬ରେ ପଞ୍ଜାବ ପୁଲିସ ଦବିନ୍ଦର ଓରଫ ବମ୍ବିହାକୁ ଏନକାଉଣ୍ଟର ସମୟରେ ହତ୍ୟା କରିଥିଲା। ଦବିନ୍ଦରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ଗ୍ୟାଙ୍ଗ ସକ୍ରିୟ ଅଛି। ଏହି ଗ୍ୟାଙ୍ଗକୁ ଗୌରବ ପଟିଆଲା ଓରଫ ଲକି ଓ ସୁଖପ୍ରୀତ ସିଂହ ବୁଡ୍ହା ଚଳାଉଛନ୍ତି। ସିଦ୍ଧୁ ମୋସେୱାଲାଙ୍କ ମୃତ୍ୟୁ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏବଂ ବମ୍ବିହା ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା।

Lawrence Bishnoi Bambiha Gang Firing In Delhi