Advertisment

ଆଉ ମିଳିବନି ତମାଖୁ, ଗୁଟଖା; ବର୍ଷକ ପାଇଁ ବ୍ୟାନ୍‌

ଏହି ବ୍ୟାନ୍‌କୁ ତତ୍‌କାଳ ଲାଗୁ କରାଯାଇଥିବା ବେଳେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର ହେବ ବୋଲି ସ୍ପଷ୍ଟ କରାଯାଇଛି।

ଅଦ୍ୟତନ ହୋଇଛି
gutka-and-pan-masala

gutka-and-pan-masala

Advertisment

ତମାଖୁ, ଗୁଟଖା ଓ ପାନ ମସଲାର ବିକ୍ରି ଉପରେ ରୋକ ଲଗାଇଛନ୍ତି ତେଲେଙ୍ଗାନା ସରକାର। ଆସନ୍ତା ବର୍ଷେ ପର୍ଯ୍ୟନ୍ତ ରାଜ୍ୟରେ ଏହି ସବୁ ଉତ୍ପାତ ଉପରେ ଲାଗିଛି ବ୍ୟାନ୍‌ ।

Advertisment

ରାଜ୍ୟର ଖାଦ୍ୟ ସୁରକ୍ଷା ଆୟୋଗ ଦଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ଗୂଟଖା,ପାନ ମସଲାର ପ୍ରସ୍ତୁତି, ବିତରଣ, ବିକ୍ରି ଓ ପରିବହନ ଉପରେ ରୋକ ଲଗାଇ ଦିଆଯାଇଛି। ଏହି ବ୍ୟାନ୍‌କୁ ତତ୍‌କାଳ ଲାଗୁ କରାଯାଇଥିବା ବେଳେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର  ହେବ ବୋଲି ସ୍ପଷ୍ଟ କରାଯାଇଛି।

ତମାଖୁ ଓ ଗୁଟଖାରେ ଥିବା ନିକୋଟିନ୍‌ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏଥିଯୋଗୁ ବହୁ ଲୋକ କ୍ୟାନସର ପରି ଗୁରୁତର ବେମାରର ଶିକାର ହେଉଛନ୍ତି। ଫଳରେ ପ୍ରତି ବର୍ଷ ଏଥିଯୋଗୁ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୦୬ ଅନୁଯାୟୀ, ସାଧାରଣ ଲୋକଙ୍କ ସୁରକ୍ଷା ନିମନ୍ତେ ଏହି କଟକଣା ଲାଗୁ କରାଯାଇଛି।

Advertisment

୨୦୧୪ ମସିହାରେ ତେଲେଙ୍ଗାନା ରାଜ୍ୟ ଗଠନ ପରେ ତମାଖୁ ଓ ଗୁଟଖା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ତେଲେଙ୍ଗାନା ହାଇକୋର୍ଟ ଏହାକୁ କାଏମ ରଖିଥିବା ବେଳେ ତମାଖୁ ଉତ୍ପାଦନ କମ୍ପାନୀ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ୨୦୨୨ ମସିହାରେ ତମାଖୁ ବିକ୍ରି ଉପରେ ପ୍ରତିବନ୍ଧ ଲଗାଉଥିବା ଅଧିସୂଚନା ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ଏହି ରୋକ କାଏମ ଥିବା ପର୍ଯ୍ୟନ୍ତ ତମାଖୁ ନିର୍ମାତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ମନା କରି ଦେଇଥିଲେ।

ଏହାପରେ ରାଜ୍ୟ ସରକାର ୨୦୨୩ ମସିହାରେ ଗୁଟଖା ବିକ୍ରି ଉପରେ ପ୍ରତିବନ୍ଧ ଲଗାଇ ଦେଇଥିବା ବେଳେ ସୁପ୍ରିମକୋର୍ଟ ତାହା ଉପରେ ବି ରୋକ ଲଗାଇ ଦେଇଥିଲେ। ଫଳରେ ରାଜ୍ୟରେ ଏବେ ଅବାଧରେ ତମାଖୁ ବିକ୍ରି ଚାଲିଛି। ତେଣୁ ଏହି ନୂଆ ପ୍ରତିବନ୍ଧ କେତେ ଦୂର କାର୍ଯ୍ୟକାରୀ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା।

Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe