Advertisment

ସବୁ ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ: ସୁପ୍ରିମ କୋର୍ଟ

କେବଳ ଦିଲ୍ଲୀ ନୁହେଁ, ରାଜସ୍ଥାନର ଉଦୟପୁରରେ ବି ସମାନ ଅବସ୍ଥା। ସେଠାରେ ବି ବିଷାକ୍ତ ବାୟୁର ଜ୍ୱାଳାରେ ଛଟପଟ ହେଉଛନ୍ତି ଲୋକେ।

author-image
Niharika Rout
ଅଦ୍ୟତନ ହୋଇଛି
Crackers

Crackers

ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ। ରାଜସ୍ଥାନର ଉଦୟପୁର ବାୟୁମଣ୍ଡଳ ବିଷାକ୍ତ ହେବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ସୁପ୍ରିମ କୋର୍ଟ। ଏବେ ବିଷାକ୍ତ ବାୟୁ ବଳୟରେ କବଳିତ ହୋଇଛି ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ। ମାତ୍ର କେବଳ ଦିଲ୍ଲୀ ନୁହେଁ, ରାଜସ୍ଥାନର ଉଦୟପୁରରେ ବି ସମାନ ଅବସ୍ଥା। ସେଠାରେ ବି ବିଷାକ୍ତ ବାୟୁର ଜ୍ୱଳାରେ ଛଟପଟ ହେଉଛନ୍ତି ଲୋକେ। ଏପରି ସ୍ଥିତିରେ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଉଦୟପୁରରେ ପ୍ରଦୂଷଣ ମାତ୍ରା ବଢ଼ିଯିବାରୁ ବାୟୁ ଗୁଣବତ୍ତାମାନ କମିବାରେ ଲାଗିଛି। ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ୨୦୧୮ ମସିହାରେ ଦିଲ୍ଲୀ ରାଜଧାନୀ ଅଞ୍ଚଳ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସମଗ୍ର ଦେଶ ପାଇଁ ଲାଗୁ। ୨୦୧୮ ମସିହାରେ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରିଥିଲେ ସୁପ୍ରିମ କୋର୍ଟ। 

ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ସାରିଛନ୍ତି ସୁପ୍ରିମକୋର୍ଟ।

Advertisment

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ପ୍ରଦୂଷଣ ମାତ୍ରା କମ୍‌ କରିବା କେବଳ କୋର୍ଟଙ୍କ ଦାୟିତ୍ୱ ନୁହେଁ। ଏହା ସମସ୍ତଙ୍କ କର୍ତ୍ତବ୍ୟ, ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।

ଅପରପକ୍ଷେ, ଦିଲ୍ଲୀ ଏନସିଆରରେ କ୍ରମାଗତ ଭାବେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ। ଏନେଇ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ପଞ୍ଜାବରେ ଏବେ ବି ନଡ଼ା ଗଦା ଜଳୁଛି। କିନ୍ତୁ ବାହାରେ ପରସ୍ପର ଉପରେ ଦୋଷାରୋପ ଚାଲିଛି। ଏହା କୌଣସି ରାଜନୈତିକ ମାମଲା ନୁହେଁ। ଏଠାରେ ସମସ୍ତେ ସମସ୍ୟା ବଖାଣିବାରେ ପ୍ରବୀଣ, କିନ୍ତୁ ତାହାର ସମାଧାନ କାହା ପାଖରେ ନାହିଁ।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି, ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସବୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ରାଜ୍ୟ ସରକାରମାନେ ଏହାକୁ କେତେ କଡ଼ାକଡ଼ି ଭାବେ ଲାଗୁ କରୁଛନ୍ତି, ଏହା ସେମାନଙ୍କ ଉପରେ ନିର୍ଭର କରେ।

ପଞ୍ଜାବ ସରକାରଙ୍କ ଓକିଲଙ୍କୁ ଆକ୍ଷେପ କରି ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି, ପଞ୍ଜାବରେ ନଡ଼ା ଗଦା ପୋଡ଼ିବାକୁ ରୋକିବା ଆପଣଙ୍କ ସରକାରଙ୍କ କାମ। ପ୍ରଦୂଷଣ ଉପରେ ରାଜନୈତିକ ଲଢ଼େଇ ହୋଇ ପାରିବନି।

ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ କଡ଼ା ଟିପ୍ପଣୀ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଆପଣ କ’ଣ କରିଛନ୍ତି ବୋଲି କୋର୍ଟ ପଚାରିଥିଲେ। ଏହାର ଉତ୍ତରରେ ଆମେ ରାଜ୍ୟମାନଙ୍କୁ ୩ ହଜାର କୋଟି ବଣ୍ଟନ କରିଛୁ ବୋଲି କେନ୍ଦ୍ର କହିଥିଲ। ମାତ୍ର ଏଥିରେ ଖପ୍ପା ହୋଇ ଯାଇଥିବା ସୁପ୍ରିମକୋର୍ଟ ତୃଣମୂଳ ସ୍ତରରେ କ’ଣ କରିଛ ବୋଲି ପଚାରିଥିଲେ। ଏଥିସହ ଏହି ସମସ୍ୟା ତୁରନ୍ତ କରିବାକୁ ଆଦେଶ ଦେଇଛନ୍ତି। ଆସନ୍ତା ବର୍ଷ ଯେପରି ଏପରି ସମସ୍ୟା ନ ଉପୁଜେ ସେ ନେଇ ଏବେଠୁ କଡ଼ା ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି।

Delhi Supreme Court