MP
ମଧ୍ୟପ୍ରଦେଶର କୌଣସି ଧାର୍ମିକ ପୀଠରେ ଆଉ ଲାଉଡ ସ୍ପିକରରେ ପ୍ରାର୍ଥନା ହୋଇପାରିବ ନାହିଁ। ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବା କ୍ଷଣି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଆଜି ସକାଳେ ଆୟୋଜିତ ଶପଥପାଠ ଉତ୍ସବରେ ବିଜେପିର ଦକ୍ଷିଣ ଉଜ୍ଜୟୀନ ବିଧାୟକ ମୋହନ ଯାଦବ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଭୋପାଲର ଲାଲ ପରେଡ ଗ୍ରାଉଣ୍ଡରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ତାଙ୍କୁ ଶପଥପାଠ କରାଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମ ନିର୍ଦ୍ଦେଶନାମାରେ ଲାଉଡ ସ୍ପିକର ବ୍ୟାନ କରିଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ ଏଣକି କୌଣସି ଧାର୍ମିକ ପୀଠ କିମ୍ବା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର ବାଜି ପାରିବ ନାହିଁ। ଏହା ଉଭୟ ହିନ୍ଦୁ ଓ ମୁସଲିମ ଧର୍ମ ପୀଠଗୁଡ଼ିକ ପାଇଁ ଲାଗୁ ହେବ ବୋଲି କୁହାଯାଉଛି।
୨୦୦୫ ଜୁଲାଇ ମାସରେ ସୁପ୍ରିମକୋର୍ଟ ରାତି ୧୦ରୁ ସକାଳ ୬ଟା ଯାଏ ଲାଉଡ ସ୍ପିକର ଉପରେ ବ୍ୟାନ ଲଗାଇଥିଲେ। କେବଳ ଜରୁରୀ ପରିସ୍ଥିତିରେ ଲାଉଡ ସ୍ପିକରର ବ୍ୟବହାର ରାତି ୧୦ରୁ ସକାଳ ୬ ମଧ୍ୟରେ ହୋଇପାରିବ। ଶବ୍ଦ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ସ୍ଥିତିକୁ ଦେଖି ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ।
କିନ୍ତୁ ୨୦୦୫ ଅକ୍ଟୋବର ୨୮ରେ ସୁପ୍ରିମକୋର୍ଟ ନିଜ ରାୟରେ ସାମାନ୍ୟ ବଦଳ କରିଥିଲେ। ପାର୍ବଣ ଋତୁରେ ମଧ୍ୟରାତ୍ର ଯାଏ ଲାଉଡ ସ୍ପିକରକୁ ଅନୁମତି ପାଳିବ। ବର୍ଷକୁ ୧୫ ଦିନ ଏପରି କୋହଳ ନୀତି ଆପଣା ଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MP_1702476119.jpg)