Advertisment

ସିଗାରେଟ୍‌ ଓ ତମାଖୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି କରାଯାଇଛି।

author-image
Madhupriya Mistry
cigarettes

cigarettes

ଆଉ ବିକ୍ରି ହେବନି ସିଗାରେଟ୍‌ ଓ ତାମଖୁ। ଏ ସବୁ ବିକ୍ରି ଉପରେ ଲାଗିଲା ବ୍ୟାନ୍‌। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣ ଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ରହିଛି।

Advertisment

ଏହା ସତ୍ତ୍ୱେ ବି ଲୋକମାନେ ଏହାକୁ ମାନୁ ନାହାନ୍ତି। ଖୋଲାଖୋଲି ଭାବେ ସିଗାରେଟ୍ ଏବଂ ତମାଖୁ ସେବନ କରୁଛନ୍ତି। ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଯାତ୍ରା ମାର୍ଗରେ ଏହି ନିଶା ପଦାର୍ଥ ବ୍ୟବହାର ଉପରେ ବ୍ୟାନ୍‌ ଲଗାଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ବିଶେଷ ମହାଜନ କହିଛନ୍ତି, 'ଲୋକେ ବେଶ୍‌ ଶ୍ରଦ୍ଧାର ସହ ମାତା ବୈଷ୍ଣ ଦେବୀଙ୍କ ଦର୍ଶନ କରିବାକୁ ଆସନ୍ତି। ଏହାକୁ ଦୃଷ୍ଟିରେ ରଖି ପୂରା ସମଗ୍ର ମାର୍ଗରେ ମଦ ଓ ମାଂସ ନିଷେଧ କରାଯାଇଛି। କିନ୍ତୁ ନିଷେଧାଦେଶ ସତ୍ତ୍ୱେ ଲୋକମାନେ ସିଗାରେଟ ଏବଂ ତମାଖୁ ସେବନ କରୁଥିବା ଦେଖିବାକୁ ମିଳିଛି।

Advertisment

ତେଣୁ, ନୋମାଇ ଚେକ୍ ପୋଷ୍ଟ, କଟ୍ରାର ପାନ୍ଥାଲ୍ ଚେକ୍ ପୋଷ୍ଟ, ତାରକୋଟ୍ ମାର୍ଗର ଆରମ୍ଭରୁ ମାତା ବୈଷ୍ଣୋ ଦେବୀ ଭବନ ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ତମାଖୁ ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ସେପଟେ ନିକଟରେ ଖବର ଆସିଥିଲା ଯେ, ମାତାଙ୍କ ଦରବାରରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଗଛ-ଲତା ଦିଆଯିବ। ଏଥିପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଜୀ ଶ୍ରୀମନ୍ଦିର ବୋର୍ଡ ପ୍ରଶାସନ ଉତ୍ତର ଭାରତର ହାଇଟେକ୍‌ ନର୍ସରୀ ତିଆରି କିରିଛି। ବୋର୍ଡ ପ୍ରଶାସନ ମୁଖ୍ୟତଃ ଜମ୍ମୁ କଶ୍ମୀରରେ ମିଳୁଥିବା ଗଛ ଓ ଉଦ୍ଭିଦକୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଦେବ ବୋଲି ସୂଚନା ମିଳିଛି।

Vaishno Devi Temple Cigarettes And Tobacco Ban Jammu Kashmir