Advertisment

ଏସ୍‌ଡିଏମ୍‌ଙ୍କ ଦାଦାଗିରି, ଓଭରଟେକ୍‌ କରିବାରୁ ଦୁଇ ଯୁବକଙ୍କୁ ନିର୍ଧୁମ ପିଟିଲେ

ଦୁଇ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ଏସଡିଏମଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Madhupriya Mistry
SDM Beaten 2 Youths

SDM Beaten 2 Youths

ଦାଦାଗିରି ଦେଖାଇଲେ ଏସ୍‌ଡିଏମ୍‌। ଟପିଗଲେ ସବୁ ସୀମା। ବିଚ୍‌ ରାସ୍ତାରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ। ଫିଲ୍ମ ଷ୍ଟାଇଲରେ କଲେ ମାର୍‌ପିଟ୍‌। ତେବେ ଏଭଳି କରିବା ତାଙ୍କୁ ମହଙ୍ଗା ପଡିଛି। ଘଟଣା ସାମ୍ନାକୁ ଆସିବା ପରେ ଏସ୍‌ଡିଏମ୍‌ଙ୍କୁ ନିଲମ୍ବିତ କରାଯାଇଛି। ମଧ୍ୟପ୍ରଦେଶରେ ଘଟିଛି ଏହି ଘଟଣା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ପ୍ରକୃତରେ, ଦୁଇଜଣ ଯୁବକ ମଧ୍ୟପ୍ରଦେଶର ଖେରୀରୁ ଭରାଲି ଯାଉଥିଲେ। ବାଟରେ ବାନ୍ଧବଗଡ ଏସଡିଏମ ଅମିତ ସିଂହଙ୍କ ଗାଡି ଆସୁଥିଲା। କିନ୍ତୁ ଯୁବକ ଦ୍ୱୟ ନିଜ ଗାଡି ସାଇଡ୍ କରିନଥିଲେ। ଏସ୍‌ଡିଏମ୍‌ ଓ ତହସିଲଦାରଙ୍କ ଗାଡିକୁ ଓଭରଟେକ୍ କରି ଚାଲି ଯାଇଥିଲେ। ଏହାର କିଛି ମିନିଟରେ ଆଗପଟୁ ତହସିଲଦାରଙ୍କ ଗାଡି ଆସି ସେମାନଙ୍କ ବାଟ ଓଗାଳିଥିଲା। ଦୁଇ ଯୁବକଙ୍କ କାରକୁ ଅଟକାଇଥିଲ। ପରେ ଗାଡି ଭିତରୁ ଟାଣି ଆଣି ଉଭୟ ତହସିଲଦାର ଓ ଏସଡିଏମଙ୍କ ସମେତ ୪ ଜଣ ମିଶି ବିଚ୍‌ ରାସ୍ତାରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆକ୍ସନ ମୁଡ୍‌କୁ ଆସିଛନ୍ତି। ଅଭିଯୁକ୍ତ ଏସ୍‌ଡିଏସ୍‌, ତହସିଲଦାରଙ୍କ ସମେତ ୪ ଜଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ଏସ୍‌ଡିଏମ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ରାଜ୍ୟରେ ଏଭଳି ଅମାନବୀୟ କାର୍ଯ୍ୟକୁ କେବେବି ସହ୍ୟ କରାଯିବନି ବେଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ପୀଡିତଙ୍କ ବୟାନ ଆଧାରରେ ଏସ୍‌ଡିଏମ୍‌ ଅମିତ ସିଂହ, ତହସିଲଦାର ମୁକେଶ ବର୍ମା, ସହାୟକ ସନ୍ଦୀପ ସିଂହ ଓ ଡ୍ରାଇଭର ନରେନ୍ଦ୍ରଙ୍କ ବିରୋଧରେ ଧାରା ୨୯୩, ୩୨୩, ୩୪୧, ୩୪ ଅନୁଯାୟୀ ଏଫ୍‌ଆଇର୍‌ ରୁଜୁ କରିଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Viral Video Madhya Pradesh SDM