Advertisment

ଧୋତି ପିନ୍ଧି ମଲ୍‌ ବୁଲି ଯାଇଥିଲେ ବୃଦ୍ଧ, ମିଳିଲାନି ପ୍ରବେଶ ଅନୁମତି

ଧୋତି ପିନ୍ଧିଥିବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅସମ୍ମାନିତ କରାଯାଇଛି। ନିଜ ପୁଅ ସହ ଏକ ମଲ୍‌କୁ ଯାଉଥିବା ବେଳେ ବେଶ ପୋଷାକ ହେତୁ ତାଙ୍କୁ ମଲ୍‌ରେ ଏଣ୍ଟ୍ରି କରାଇ ଦିଆଯାଇନି।

ଅଦ୍ୟତନ ହୋଇଛି
Old Man in Dhoti

Old Man in Dhoti

Advertisment

ଭାରତର ପାରମ୍ପରିକ ପୋଷାକ ହେଉଛି ଧୋତି। ଏବେ ବି ବିଭିନ୍ନ ଶୁଭ କାର୍ଯ୍ୟରେ ଧୋତି ପିନ୍ଧି ଲୋକେ କର୍ମ ସମ୍ପାଦନ କରୁଛନ୍ତି। ମାତ୍ର ଧୋତି ପିନ୍ଧିଥିବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅସମ୍ମାନିତ କରାଯାଇଛି। ନିଜ ପୁଅ ସହ ଏକ ମଲ୍‌କୁ ଯାଉଥିବା ବେଳେ ବେଶ ପୋଷାକ ହେତୁ ତାଙ୍କୁ ମଲ୍‌ରେ ଏଣ୍ଟ୍ରି କରାଇ ଦିଆଯାଇନି। ଏପରି ଏକ ଲଜ୍ଜାଜନକ ଘଟଣା ବାଙ୍ଗାଲୁରରେ ଘଟିଛି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ମଲ୍‌ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରୁଛନ୍ତି ୟୁଜର୍ସ ।

Advertisment

ଗତକାଲି ସନ୍ଧ୍ୟାରେ ଏପରି ଏକ ଘଟଣା ଘଟିଛି। ମୁଭି ଦେଖିବା ନିମନ୍ତେ ନିଜ ପିତାଙ୍କୁ ଧରି ଜଣେ ଯୁବକ ବାଙ୍ଗାଲୁରର GT Mall ଯାଇଥିଲେ। ମାତ୍ର ମୁଭି ଟିକେଟ ଥିବା ସତ୍ତ୍ୱେ ମଲ୍‌ ଗେଟ୍‌ ନିକଟରେ ସେମାନଙ୍କୁ ସିକ୍ୟୁରିଟି ଗାର୍ଡ ଅଟକାଇ ଦେଇଥଲେ। ଏଥିସହ ଧୋତି ପିନ୍ଧି ମଲ୍‌କୁ ପଶି ପାରିବେନି ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

ଏହାଦେଖି ସେମାନେ ବହୁ ଦୂରରୁ ଆସିଥିବାରୁ ଡ୍ରେସ ବଦଳାଇ ପାରିବେନି, ତେଣୁ ପ୍ରବେଶ ଅନୁମତି ଦେବାକୁ ବୃଦ୍ଧଜଣକ ବହୁ କାକୁତିମିନତି ହୋଇଥିଲେ ବି ମଲ୍‌ ସୁପରଭାଇଜର ଶୁଣି ନ ଥିଲେ। ଏପରିକି ଏଥିନିମନ୍ତେ ମଲ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କଡ଼ାକଡ଼ି ଭାବେ ମନା କରି ଉଭୟ ବାପପୁଅଙ୍କୁ ପଶାଇ ଦେଇ ନ ଥିଲେ।

Advertisment

ଏପରିକି ଧୋତିକୁ ବଦଳାଇ ପ୍ୟାଣ୍ଟ ପିନ୍ଧି ମଲ୍‌କୁ ଯିବାକୁ ସିକ୍ୟୁରିଟି ଗାର୍ଡମାନେ ବୃଦ୍ଧଙ୍କୁ କହିଥିଲେ। ମାତ୍ର ତାହା ସମ୍ଭବପର ହୋଇ ପାରି ନ ଥିଲା ଓ ଭୟ ବାପପୁଅ ନିରାଶ ହୋଇ ମଲ୍‌ ଗେଟ୍‌ ପାଖରୁ ଫେରିଥିଲେ।

ଏହାକୁ ସୋଶାଲ ମିଡିଆ ୟୁଜର୍ସ କଡ଼ା ବିରୋଧ କରିଛନ୍ତି। ଧୋତି ଆମ ସଂସ୍କୃତି ସହ ଜଡ଼ିତ । ଏହା ଆମ ପାରମ୍ପରିକ ପୋଷାକ । ତେଣୁ ମଲ୍‌ ଏପରି ସାଂଘାତିକ ତ୍ରୁଟିକୁ ସୁଧାରିବା ସହ ବୃଦ୍ଧଙ୍କୁ ବର୍ଷକ ପର୍ଯ୍ୟନ୍ତ ମାଗଣା ମୁଭି ଦେଖିବାକୁ ପାସ୍‌ ଦେବାକୁ ଜଣେ ୟୁଜର୍ସ କହିଛନ୍ତି।

ଏଥିସହ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଆମ ମାଟିରେ ଆମ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାରଣ କରାଯାଉଛି। ଏହା ଖୁବ୍‌ ଲଜ୍ଜାଜନକ ଘଟଣା । ତେଣୁ ସମସ୍ତ ଉକ୍ତ GT Mallକୁ ଧୋତି ପିନ୍ଧି ଯିବା ନିମନ୍ତେ ବ୍ୟକ୍ତିଜଣକ ଅନୁରୋଧ କରିଛନ୍ତି।

Bangalore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe