Advertisment

ବାଂଲାଦେଶରେ ହିଂସା; BSF ଯବାନଙ୍କୁ ହାଇ ଆଲର୍ଟ

ବାଂଲାଦେଶରେ ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଭାରତର ସୀମା ସୁରକ୍ଷା ବଳୟ(ବିଏସଏଫ)କୁ ହାଇ ଆଲର୍ଟ ଜାରି କରାଯାଇଛି।

BSF Jawan

BSF Jawan

Advertisment

ସୀମାରେ ବିଏସଏଫ ଯବାନଙ୍କୁ ସତର୍କ ରହିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରେ ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଭାରତର ସୀମା ସୁରକ୍ଷା ବଳୟ(ବିଏସଏଫ)କୁ ହାଇ ଆଲର୍ଟ ଜାରି କରାଯାଇଛି।

Advertisment

ଭାରତ ଓ ବାଂଲାଦେଶ ମଧ୍ୟରେ 4096 କିଲୋମିଟର ସୀମା ଭାଗ ରହିଛି। ଏହି ସବୁ ଅଞ୍ଚଳରେ ନିୟୋଜିତ ଥିବା ବିଏସଏଫର ସମସ୍ତ ୟୁନିଟକୁ ସତର୍କତା ଅବଲମ୍ବନ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଆଜି ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପୂର୍ବରୁ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ବିଭିନ୍ନ ଗଣମାଧ୍ୟମରେ ହସିନା ଭାରତରେ ରହିଥିବା ରିପୋର୍ଟ କରାଯାଉଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Advertisment

ସେପଟେ ବାଂଲାଦେଶରେ ଏବେ ମଧ୍ୟ କର୍ଫ୍ୟୁ ଜାରି ରହିବା ସହ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏସବୁ ଆନ୍ଦୋଳନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କରାଯାଉଛି। 1971 ବାଂଲାଦେଶ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ସରକାରୀ ଚାକିରିରେ 30 ପ୍ରତିଶତ ସଂରକ୍ଷଣ ହିଂସାର ମୁଖ୍ୟ କାରଣ।

ବାସ୍ତବରେ ଶେଖ୍ ହସିନାଙ୍କ ସରକାର ଏହି ବ୍ୟବସ୍ଥାକୁ ଉଠାଇ ଦେଇଥିଲା। କିନ୍ତୁ ନିକଟରେ ହାଇକୋର୍ଟ 7 ପ୍ରତିଶତ ସହ ବ୍ୟବସ୍ଥାକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ କେତେକ ଛାତ୍ର ଗୋଷ୍ଠୀ ଶେଖ୍ ହସିନାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏହାପରେ ହଜାର ହଜାର ଛାତ୍ର ସଂଗଠନ ଓ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ 300 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏସବୁ ମଧ୍ୟରେ ସୀମାରେ ସଜାଗ ରହିବାକୁ ବିଏସଏଫ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

BSF Bangladesh Clash Protest In Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe