Advertisment

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା!

ଅଜମି ହେଉଛନ୍ତି ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ।

author-image
Hemant Lenka
Bangladesh

Bangladesh

ବାଂଲାଦେଶର ସାଂସଦ ଅନୱରଉଲ ଅଜମିଙ୍କୁ କୋଲକାତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ଜଣେ ମନ୍ତ୍ରୀ ଓ ପୁଲିସ୍‌ କହିଛନ୍ତି ଯେ ଅଜିମଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ହେଲେ ପଶ୍ଚିମବଙ୍ଗ ପୁଲିସ ଏଯାଏ ତାଙ୍କ ମୃତଦେହକୁ ଉଦ୍ଧାର କରିପାରି ନାହିଁ।

Advertisment

ଅଜମି ହେଉଛନ୍ତି ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ। ସେ ମେ’ ୧୨ ତାରିଖରେ ନିଜର ଚିକିତ୍ସା ପାଇଁ କୋଲକାତା ଆସିଥିଲେ। ଏହାପରେ ତାଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା। ସେ ନିଖୋଜ ହୋଇଯାଇଥିବାରୁ କୋଲକାତା ପୁଲିସ୍‌ ମେ’ ୧୮ରେ ଗୋଟିଏ ଅଭିଯୋଗ ପାଇଥିଲା।

ପ୍ରାରମ୍ଭିକ ଅଭିଯୋଗ ପରେ କୋଲକାତାର ବାରାନଗର ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଅଜିମଙ୍କ ଶେଷ ଥର ପାଇଁ ସହରର ନ୍ୟୁଟାଉନ ଅଞ୍ଚଳରେ ରହିଥିବା ଖବାର ମିଳିଥିଲା। ଏଠାରେ ଥିବା ଗୋଟିଏ ଫ୍ଲାଟକୁ ସେ ଯାଇ ଜଣଙ୍କୁ ଦେଖା କରିଥିଲା। ହେଲେ ସେଠାରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇ ଯାଇଥିଲା।

Advertisment

ଅନୱରଉଲ ଅଜିମ ମେ’ ୧୨ ତାରିଖରେ ତାଙ୍କ ପାରିବାରିକ ବନ୍ଧୁ ଗୋପାଲ ବିଶ୍ୱାସଙ୍କୁ ଦେଖା କରିବା ପାଇଁ ସନ୍ଧ୍ୟା ୭ଟାରେ ଯାଇଥିଲେ। ଦିନକ ପରେ ଅର୍ଥାତ ମେ’ ୧୩ରେ ସେ ଗୋପାଲଙ୍କ ଘର ଛାଡ଼ି ଦିନ ପ୍ରାୟ ୧.୪୧ରେ ଡାକ୍ତରଙ୍କ ପାଖକୁ ଯାଇଥିଲା। ସନ୍ଧ୍ୟାରେ ଫେରିବେ ବୋଲି ସେ ଗୋପାଲଙ୍କ ପରିବାର ଲୋକଙ୍କୁ କହିଥିଲେ। କଲିକତା ପବ୍ଲିକ ସ୍କୁଲ ସାମ୍ନାରୁ ସେ ଗୋଟିଏ ଟ୍ୟାକ୍ସି ଧରି ଡାକ୍ତରଙ୍କ ପାଖକୁ ବାହାରି ଯାଇଥିଲେ।

ସନ୍ଧ୍ୟା ବେଳେ ଅଜିମ ବନ୍ଧୁ ଗୋପାଲଙ୍କୁ ଫୋନ କରି ସେ ଦିଲ୍ଲୀ ଯାଉଥିବା କଥା କହିଥିଲେ। ବନ୍ଧୁଙ୍କୁ ‍ଫୋନ ନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ମେ’ ୧୫ରେ ଅଜିମ ଆଉ ଗୋଟିଏ ହ୍ୱାଟସଅପ ମେସେଜରେ ଗୋପାଲଙ୍କୁ ଦିଲ୍ଲୀରେ ପହଞ୍ଚି ସାରିଥିବା କଥା କହିଥିଲେ। ଏଥିସହ ତାଙ୍କୁ କଲ କରିବାର ଆବଶ୍ୟକ ନଥିବା ମଧ୍ୟ ଜଣାଇଥିଲେ।

ଉକ୍ତ ମେସେଜକୁ ସେ ତାଙ୍କୁ ପିଏ ରୌଫଙ୍କୁ ମଧ୍ୟ ପଠାଇଥିଲେ। ମେ’ ୧୭ରେ ଅଜିମଙ୍କ ପରିବାର ଲୋକ ଗୋପାଲଙ୍କୁ ଫୋନ କରି ତାଙ୍କ ସମ୍ପର୍କରେ ପଚାରିଥିଲେ। ଏଥିସହ ସେମାନେ ଢାକାରେ ଅଜିମଙ୍କ ନିଖୋଜ ନେଇ ଅଭିଯୋଗ ଦାଖଲ କରିଥିଲେ। ସେବେଠାରୁ ଅଜିମଙ୍କ ପତ୍ତା ମିଳି ନଥିଲା।

ତଦନ୍ତ ବେଳେ ବାଂଲାଦେଶ ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଜେରା କରିଥିଲା। ସେ ଅଜିମଙ୍କୁ ହତ୍ୟା କରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିଲା। ଏହି ଖବରକୁ ବାଂଲାଦେଶ ପକ୍ଷରୁ କୋଲକାତା ପୁଲିସ୍‌କୁ ଅବଗତ କରାଇଥିଲେ।

ହେଲେ ନ୍ୟୁଟାଉନ ଅଞ୍ଚଳରୁ ତାଙ୍କ ମୃତଦେହ ଏଯାଏ ମିଳି ନାହିଁ। ବିଧାନନଗର ପୁଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ୩ ଥରର ସାଂସଦଙ୍କୁ ଠାବ କରିବା ପାଇଁ କୋଲକାତାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Bangladesh Kolkata Kolkata Police