Advertisment

ଧରାପଡ଼ିଲେ ୮ ଆତଙ୍କବାଦୀ: RSSକୁ ଟାର୍ଗେଟ ପାଇଁ କରିଥିଲେ ମସୁଧା

ଗିରଫ ୮ ଆତଙ୍କବାଦୀମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ସେମାନଙ୍କ ସବୁ ଯୋଜନାକୁ ଏସଟିଏଫ ପଣ୍ଡ କରିଦେଇଛି।

Terrorist

Terrorist

Advertisment

ଆସାମ ପୁଲିସ୍‌ର ସ୍ପେଶାଲ ଟାସ୍କ ଫୋର୍ସ ବା ଏସଟିଏଫକୁ ମିଳିଛି ବଡ଼ ସଫଳତା। କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ବାଂଲାଦେଶର ଜଣେ ଆତଙ୍କବାଦୀ ମଧ୍ୟ ରହିଛି। ସେ କୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦାର ସଦସ୍ୟ।

Advertisment

ଗିରଫ ୮ ଆତଙ୍କବାଦୀମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ହେଲେ ସେମାନଙ୍କ ସବୁ ଯୋଜନାକୁ ଏସଟିଏଫ ପଣ୍ଡ କରିଦେଇଛି। 

ଆରଏସଏସ ଓ ହିନ୍ଦୁ ସଂଗଠନକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ବାଂଲାଦେଶର ନାଗରିକ ମହମ୍ମଦ ସାଦ ରଦି ଓରଫ ମହମ୍ମଦ ଶାହବ ଶେଖ ନଭେମ୍ବର ମାସରେ ଭାରତ ଆସିଥିଲା। ସେ ଭାରତରେ ପହଞ୍ଚି ଆସାମ ଓ ପଶ୍ଚିତମବଙ୍ଗରେ ଥିବା ନିଜର ସ୍ଲିପର ସେଲ୍ସକୁ ଆକିଭ୍ଟ କରିଥିଲା। ଏହାପରେ କେରଳ ଚାଲି ଯାଇଥିଲା ବୋଲି ଏସଟିଏଫ କହିଛି।

Advertisment

ଆସାମ ଏସଟିଏଫ ଏକଥା ଜାଣିବା ପରେ କେରଳ ଓ ବେଙ୍ଗଲ ପୁଲିସ୍‌ ସହ ମିଶି ଅପରେସନ ପ୍ରଘାତ ଆରମ୍ଭ କରିଥିଲା। ବାଂଲାଦେଶରେ ସକ୍ରିୟ ଥିବା ଅଲକାଏଦା ସମର୍ଥିତ ଆତଙ୍କୀ ସଂଗଠନର ଜଣେ ଲିଡର ସହଯୋଗୀ ମହମ୍ମଦ ଫରହାନ ଇସାରକ ଅଧୀନରେ କିଛି ଆତଙ୍କବାଦୀ ଭାରତରେ କାମ କରୁଥିବା ଜଣାପଡ଼ିଥିଲା।

ଏମାନଙ୍କ ଟାର୍ଗେଟରେ ଆରଏସଏସ ଓ ଅନ୍ୟ ହିନ୍ଦୁ ସଂଗଠନ ରହିଥିଲା। ଫରାନ ହେଉଛି ଅଲକାଏଦା ସମର୍ଥିତ ଆତଙ୍କବାଦୀ ସଂଗଠନ ଅନସାରୁଲ୍ଲା ବଙ୍ଗାଲ ଟିମ (ଏବିଟି)ର ମୁଖ୍ୟ ଜୈସମୁଦ୍ଦିନ ରହମାଣିର ଅତ୍ୟନ୍ତ ଘନିଷ୍ଠ।

ଆସମର ସ୍ୱତନ୍ତ୍ର ଡିଜିପି ହରମୀତ ସିଂହ କହିଛନ୍ତି, “ଜିହାଦୀ ତତ୍ତ୍ୱଙ୍କ ବିରୋଧରେ ଏହା ଏକ ବଡ଼ ପଦକ୍ଷେପ। ଆମେ କେନ୍ଦ୍ରୀୟ ଏଜେନ୍ସି ସମେତ ପଶ୍ଚିମବଙ୍ଗ ଓ କେରଳ ପୁଲିସ୍‌ ସହାୟତାରେ ଆତଙ୍କବାଦୀମାନଙ୍କୁ ଧରିଛୁ। ଆମେ ଅଧିକ ଆତଙ୍କବାଦୀଙ୍କୁ ଧରିପାରିଲେ, ଆମେ ସଫଳ ହୋଇଛୁ ବୋଲି କହିପାରିବୁ। ହଁ, ଆମେ ଅପରେସନ ଆରମ୍ଭ କରି ସାରିଛୁ।”

କେରଳ ଯିବା ପୂର୍ବ ଶେଖ ପଶ୍ଚିମବଙ୍ଗ ଓ ଆସାମରେ ଥିବା ଏବିଟିର ସ୍ଲିପର ସେଲର ସଦସ୍ୟମାନଙ୍କୁ ଭେଟିଥିଲା। କେରଳରେ ମଧ୍ୟ ସେ ଅଧିକରୁ ଅଧିକ ସ୍ଲିପର ସେଲର ସଦସ୍ୟଙ୍କୁ ଯୋଗାଯୋଗ କରିବା ଲକ୍ଷ୍ୟରେ ଯାଇଥିଲା। ତେବେ ଆଇପିଏସ ପାର୍ଥ ସାରଥୀ ମହାନ୍ତାଙ୍କ ନେତୃତ୍ୱାଧୀନ ଟିମ ବିଭିନ୍ନ ସ୍ଥାନରେ ରେଡ କରି ୮ ଜଣଙ୍କୁ ଗିରଫ କରିଛି।

ଡିସେମ୍ବର ୧୭ ତାରିଖ ବିଳମ୍ବ ରାତିରୁ ୧୮ ତାରିଖ ଭୋର ଯାଏ କେରଳ, ବେଙ୍ଗଲ ଓ ଆସାମରେ ରେଡ କରାଯାଇଥିଲା। ଏହି ସମୟରେ ଶେଖ ସହ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ- ମିନାରୁଲ ଶେଖ, ମହମ୍ମଦ ଆବାସ ଅଲୀ, ନୁର ଇସଲାମ ମଣ୍ଡଳ, ଅବଦୁଲ କରିମ ମୁଣ୍ଡଳ, ମୁଜିବୁର ରହମନ, ହମିଦୁଲ ଇସଲାମ ଓ ଇନାମୁଲ ହକ। ଏମାନେ କେବଳ ବେଙ୍ଗଲ, ଆସାମ କିମ୍ବା କେରଳରେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ, ବରଂ ସେମାନଙ୍କ ଟାର୍ଗେଟରେ ବିଭିନ୍ନ ରାଜ୍ୟ ରହିଥିଲା।

ନୁର ଇସଲାମ ଓ ମୁଜିବୁର ରହମନ ବେଙ୍ଗଲର ବିଭିନ୍ନ ସ୍ଥାନକୁ ଯାଇ ଯୁବଗୋଷ୍ଠୀଙ୍କୁ ନିଜ ସଂଗଠନରେ ସାମିଲ କରିବାକୁ ଚେଷ୍ଟା କରୁଥିଲେ। ଏନେଇ ବେଙ୍ଗଲର ମୁର୍ଶିଦାବାଦ ଓ ଫାଲାକାତାରେ ଏକାଧିକ ବୈଠକ ହୋଇଛି। ଏହି ବୈଠକର ନୁର ଓ ତା’ ସହଯୋଗୀମାନେ ଆରଏସଏସ ଓ ଅନ୍ୟ ହିନ୍ଦୁ ସଂଗଠନ ବିରୋଧରେ ବିଷ ଓକାରିଥିଲେ।

ଏହି ସବୁ ବୈଠକ ଗୁଡ଼ିକରେ ଧାର୍ମିକ ବିଦ୍ୱେଷ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯୋଜନା ମୁତାବକ ସଂଗଠନର ସଦସ୍ୟମାନେ ହିନ୍ଦୁ ସଂଗଠନର ସଦସ୍ୟମାନଙ୍କୁ ଟାର୍ଗେଟ କରିବେ। ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ ରହିଥିଲା।

Terrorist Bangladesh Rss
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe