Advertisment

T20 World Cup: ଭାରତ ବିରୋଧରେ ପାକିସ୍ତାନ-ବାଂଲାଦେଶର ବଡ଼ କ୍ରିକେଟ ଷଡ଼ଯନ୍ତ୍ର

ଭାରତ ବିରୋଧରେ ବଡ଼ କ୍ରିକେଟ ଷଡ଼ଯନ୍ତ୍ର କରିଛନ୍ତି ପାକିସ୍ତାନ ଓ ବାଂଲାଦେଶ। ଟି-୨୦ ବିଶ୍ୱକପ ୨୦୨୬ରେ ବାଂଲାଦେଶ ଓ ପାକିସ୍ତାନ ବେଶ ନିରବ ଭାବେ ଭାରତ ବିରୋଧରେ ହାତ ମିଳାଇଛନ୍ତି।

Pak12

ଶରିଫ ଓ ନଜରୁଲ

Advertisment

ସବୁ କିଛି ସ୍ପଷ୍ଟ ହୋଇଛି। ଭାରତ ବିରୋଧରେ ବଡ଼ କ୍ରିକେଟ ଷଡ଼ଯନ୍ତ୍ର କରିଛନ୍ତି ପାକିସ୍ତାନ ଓ ବାଂଲାଦେଶ। ଟି-୨୦ ବିଶ୍ୱକପ ୨୦୨୬ରେ ବାଂଲାଦେଶ ଓ ପାକିସ୍ତାନ ବେଶ ନିରବ ଭାବେ ଭାରତ ବିରୋଧରେ ହାତ ମିଳାଇଛନ୍ତି।

Advertisment

ଟି-୨୦ ବିଶ୍ୱକପ(T20 World Cup)ରେ ପାକିସ୍ତାନ ସରକାର ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିଥିବାରୁ ବାଂଲାଦେଶ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ଆଜି ଇସଲାମାବାଦକୁ ଧନ୍ୟବାଦ ଜଣାଇଛନ୍ତି। ଏହାର ଅର୍ଥ ଟି-୨୦ ବିଶ୍ୱକପ ନୁହେଁ, ବରଂ ଭାରତ ବିରୋଧରେ ଷଡ଼ଯନ୍ତ୍ର କରି ପାକିସ୍ତାନ ଓ ବାଂଲାଦେଶ ହୋହାଲ୍ଲା କରୁଥିବା ଏବେ ସ୍ପଷ୍ଟ ହୋଇ ଯାଇଛି।

ଫେସବୁକରେ ନଜରୁଲ ଲେଖିଛନ୍ତି, “ଧନ୍ୟବାଦ, ପାକିସ୍ତାନ। ବାଂଲାଦେଶକୁ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଥିବାରୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ଏଥିପାଇଁ ପାକିସ୍ତାନକୁ ଧନ୍ୟବାଦ।”

Advertisment

ନଜରୁଲ ନିର୍ବାଚିତ ହୋଇ ନଥିବା ଅନ୍ତରୀଣ ମହମ୍ମଦ ୟୁସୁଫ ସରକାରରେ କ୍ରୀଡ଼ା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ପରାମର୍ଶଦାତାଙ୍କ କାମ ବିଭାଗରେ ମନ୍ତ୍ରୀ ଭଳି। ଅନ୍ତରୀଣ ସରକାରରେ ନଜରୁଲ କହିବାକୁ ଗଲେ କ୍ରୀଡ଼ା ମନ୍ତ୍ରୀ। ଆଜି ସେ ପାକିସ୍ତାନକୁ ଧନ୍ୟବାଦ ଜଣାଇ ନିଜର ଭାରତ ବିରୋଧୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛନ୍ତି।

ପାକିସ୍ତାନର ଶରିଫ ସରକାର ନିଜର ଦେଶର କ୍ରିକେଟ ବୋର୍ଡକୁ ଫେବୃଆରୀ ୧୫ ତାରିଖ ଭାରତ ବିପକ୍ଷ ମ୍ୟାଚ ନ ଖେଳିବାକୁ କହିଛନ୍ତି। ସୁରକ୍ଷା ଆଳରେ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ଟିମକୁ ଭାରତ ପଠାଇବାକୁ ମନା କରିଥିଲା। ଏଥିପାଇଁ ଆଇସିସି ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି। ଏହାର ପ୍ରତିବାଦରେ ପାକିସ୍ତାନ ବିଶ୍ୱକପ ବଦଳରେ କେବଳ ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିଛି। 

ଆଜି ଶେହବାଜ ଶରିଫ ଗୋଟିଏ ସରକାରୀ ବୈଠକରେ କହିଥିଲେ ଯେ “ଆମେ ଟି-୨୦ ବିଶ୍ୱକପକୁ ନେଇ ନିଜର ସ୍ପଷ୍ଟ ମତ ରଖିଛୁ। ଆମେ ଭାରତ ବିପକ୍ଷରେ ମ୍ୟାଚ ଖେଳିବୁ ନାହିଁ। କାରଣ କ୍ରୀଡ଼ା ପଡ଼ିଆରେ ରାଜନୀତି ହେବା କଥା ନୁହେଁ।

ଆମେ ବାଂଲାଦେଶ ସହ ସଂପୂର୍ଣ୍ଣ ଭାବେ ଛିଡ଼ା ହୋଇଛୁ। ମୁଁ ଭାବୁଛି ଏହା ଉପଯୁକ୍ତ ନିଷ୍ପତ୍ତି। ଆମେ ବାଂଲାଦେଶ ସହ ରହିଛୁ।” ଶରିଫଙ୍କ ଏପରି ମନ୍ତବ୍ୟ ପରେ ନଜରୁଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe