Advertisment

ବାଂଲାଦେଶର ସ୍ଥିତି ଉପରେ ରହିଛି ସମ୍ପୂର୍ଣ୍ଣ ନଜର: ଏସ୍‌ ଜୟଶଙ୍କର

ବାଂଲାଦେଶର ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା।

author-image
Madhupriya Mistry
All Party Meeting

All Party Meeting

ବାଂଲାଦେଶରେ ଜାରି ରହିଥିବା ସ୍ଥିତି ଉପରେ ଭାରତ ସରକାରଙ୍କ ରହିଛି ତୀଖ୍ଣ ନଜର। ପରିସ୍ଥିତି ଯାହା ବି ହେବ ସେ ସମ୍ପର୍କରେ ସୂଚିତ କରାଯିବ। ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହଂସାତ୍ମକ ପରିବେଶ ଓ ଶେଖ ହସିନା ସରକାରଙ୍କ ପତନ ସମ୍ପର୍କରେ ଆଲୋଚନା ପାଇଁ ସରକାର ମଙ୍ଗଳବାର ଡାକିଥିବା ସର୍ବଦଳୀୟ ବୈଠକରେ ଏଭଳି କିଛି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର।

Advertisment

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବାଂଲାଦେଶରେ ପ୍ରାୟ ୧୨ରୁ ୧୩୦୦୦ ଭାରତୀୟ ଅଛନ୍ତି। ପରିସ୍ଥିତି ଏତେ ଚିନ୍ତାଜନକ ନୁହେଁ ଯେ ସେମାନଙ୍କୁ ଏୟାରଲିଫ୍ଟ କରିବାର ଆବଶ୍ୟକତା ଅଛି। ଶେଖ ହସିନା ଭାରତରେ ରହିବେ ନା ଅନ୍ୟ କୌଣସି ଦେଶରେ ଆଶ୍ରୟ ନେବେ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସରକାର ହସିନାଙ୍କ ସହ ସଂକ୍ଷିପ୍ତ ଆଲୋଚନା କରିଛନ୍ତି ଏବଂ ସେ ଭବିଷ୍ୟତ ଯୋଜନା ଉପରେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି କହିଛନ୍ତି ଏସ୍‌ ଜୟଶଙ୍କର।

Advertisment

ବାଂଲାଦେଶରେ ସ୍ଥିତି ବିଗିଡ଼ିବା ପରେ ଭାରତୀୟ ସୀମାରେ ଲାଗିଛି ହାଇ ଆଲର୍ଟ। ଭାରତ-ବାଂଲାଦେଶ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହେବା ସହ BSF ଫୋର୍ସ ସଂଖ୍ୟାକୁ ବଢ଼ାଇଛି। ଆଉ ଏହାରି ଭିତରେ ସରିଛି ସର୍ବଦଳୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

Bangladesh Violence All Party Meeting Bangladesh