Advertisment

ଦିନେ ମୋତେ ତଡ଼ିଥିଲେ, ଆଉ ଆଜି ସେ ନିଜେ...

ବାଂଲାଦେଶରେ ଉପୁଜିଥିବା ହିଂସା ପରିସ୍ଥିତି ପାଇଁ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ।

Taslima Nasreen And Sheikh Hasina

Taslima Nasreen And Sheikh Hasina

Advertisment

'ଦିନେ ମୋତେ ତଡ଼ି ଦେଇଥିଲେ। ଆଉ ଆଜି ସେ ନିଜେ ତଡ଼ା ଖାଇଲେ।' ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାକୁ ନେଇ ଏଭଳି କିଛି କହିଛନ୍ତି ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ। ବର୍ଷ ବର୍ଷ ଧରି ଛାତି ତଳେ ଦବି ରହିଖିବା ତାଙ୍କ ଯନ୍ତ୍ରଣାକୁ ବଖାଣିଛନ୍ତି। ବାଂଲାଦେଶରେ ଉପୁଜିଥିବା ହିଂସା ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି।

Advertisment

ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ତସଲିମା। ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ' ୧୯୯୯ରେ ଯେଉଁମାନଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ତଡ଼ି ଦେଇଥିଲେ। ଆଜି ସେମାନଙ୍କ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସିନା ହିଁ ନିଜେ ଦାୟୀ।'

୧୯୯୯ରେ ତସ୍‌ଲିମା ମା'ଙ୍କ ଦେହ ଅସୁସ୍ଥ ଥିଲା। ତାଙ୍କୁ ଦେଖିବାକୁ ସେ ବାଂଲାଦେଶ ଯାଇଥିଲେ। କିନ୍ତୁ ଏହାପର ଠାରୁ ତାଙ୍କୁ ଆଉ ବାଂଲାଦେଶରେ ପ୍ରବେଶ କରିବାକୁ ସୁଯୋଗ ଦିଆଯାଇ ନାହିଁ। ମୌଳବାଦୀଙ୍କୁ ଖୁସି କରିବା ପାଇଁ ହସିନା ତାଙ୍କୁ ଦେଶରୁ ତଡ଼ି ଦେଇଥିଲେ। ଆଜି ସେହି ମୌଳବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡ଼ିତ ଅଛନ୍ତି। ସେମାନେ ହିଁ ଆଜି ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ହସିନା ସବୁବେଳେ ପ୍ରୟାସ କରୁଥିଲେ। ଆଜି ତାହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି। ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଛି। ସେ ନିଜ ପରିସ୍ଥିତି ପାଇଁ ନିଜେ ଦାୟୀ। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ସେନା ଶାସନ କରିବା ଉଚିତ୍ ନୁହେଁ। ରାଜନୈତିକ ଦଳ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ୍।

କହିରଖୁ ଯେ ୧୯୯୪ ମସିହାରେ ତସଲିମା ନସରିନଙ୍କୁ ତାଙ୍କ ପୁସ୍ତକ 'ଲଜ୍ଜା'କୁ ନେଇ ମୌଳିକବାଦୀ ସଂଗଠନର ହତ୍ୟା ଧମକ ମିଳିଥିଲା। ଏହାପରେ ତସଲିମାଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା। ୧୯୯୩ରେ ପ୍ରକାଶିତ ହୋଇଥିବା ଏହି ପୁସ୍ତକକୁ ବାଂଲାଦେଶରେ ବ୍ୟାନ୍‌ରେ କରାଯାଇଥିଲା। ଜେଲରେ ଥିବା ହାସିନାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଖାଲେଦା ଜିଆ ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ।

Bangladesh Violence Taslima Nasreen Sheikh Hasina
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe