/odisha-reporter/media/post_attachments/uploadimage/library/16_9/16_9_0/Model_1754119836.jpg)
Model
ବେଆଇନ ଭାବେ ଭାରତରେ ରହୁଥିବା ଜଣେ ବାଂଲାଦେଶୀ ମଡେଲ ଗିରଫ ହୋଇଛନ୍ତି। କୋଲାକତାରୁ ପୁଲିସ୍ ତାଙ୍କୁ ଗିରଫ କରିଛି। ସେ ଦୀର୍ଘ ବର୍ଷ ହେଲା ନକଲି କାଗଜପତ୍ର ଜରିଆରେ ଭାରତରେ ରହୁଥିଲେ। ଗିରଫ ମଡେଲ ଜଣଙ୍କ ଏକାଧିକ ବେଙ୍ଗଲୀ ଓ ତାମିଲ ଫିଲ୍ମରେ ଅଭିନୟ କରିଥିଲେ। ଏପରି ସେ ଗୋଟିଏ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଚୁକ୍ତି କରିଥିଲେ ବୋଲି ଜଣାପଡ଼ିଛି। କିନ୍ତୁ ମଡେଲଙ୍କ ସହ କେଉଁ ପ୍ରଯୋଜକ ବା ନିର୍ଦ୍ଦେଶକ ଓଡ଼ିଆ ଫିଲ୍ମ ପାଇଁ ଚୁକ୍ତି କରିଥିଲେ, ସେକଥା ଜଣାପଡ଼ିନି। ଏବେ ଏହାର ଅଧିକ ତଦନ୍ତ କରାଯାଉଛି।
ଗିରଫ ବାଂଲାଦେଶୀ ମଡେଲ ଜଣଙ୍କ ହେଲେ ଶାନ୍ତା ପାଲ। ସେ ଗୋଟିଏ ଏୟାର ଲାଇନ କମ୍ପାନୀରେ କ୍ରୁ ସଦସ୍ୟ ଭାବେ କାମ କରୁଥିଲେ। ସେ ଜଣେ ଛୋଟ ଧରଣର ମଡେଲ ଭାବେ ପରିଚିତ। ମଙ୍ଗଳବାର ନକଲି କାଗଜପତ୍ର ସହ ଶାନ୍ତ ପାଲଙ୍କୁ ପୁଲିସ୍ ଗିରଫ କରିଛି। ଏୟାରଲାଇନରେ କାମ କରିବା ସହ ସେ ମଡେଲିଂ କରୁଥିଲେ ଓ ଜଣେ ବ୍ଲଗର ଭାବେ ବିଭିନ୍ନ ସ୍ଥାନର ଭିଡିଓ ଶୁଟିଂ କରି ସୋଶାଲ ମିଡିଆରେ ପୋଷ୍ଟ କରୁଥିଲେ।
ପୁଲିସ୍ର କହିକା କଥା ଯେ ଶାନ୍ତା ପାଲ ବାଂଲାଦେଶର ବରିସଲରୁ ବୈଧ ପାସପୋର୍ଟ ଜରିଆରେ ଭାରତକୁ ଆସିଥିଲେ। ଏହାପରେ ଜଣେ ଡିଲରଙ୍କ ଜରିଆରେ କୋଲାକତାରେ ଫ୍ଲାଟ ଭଡ଼ା ନେଇ ରହିବା ଆରମ୍ଭ କରିଥିଲେ। ଫ୍ଲାଟ ପାଇବାକୁ ସେ ମାଲିକଙ୍କ ମିଛ କହିବାକୁ ମଧ୍ୟ ପଛାଇ ନଥିଲେ। ସେ ଜଣେ ମୁସଲିମଙ୍କୁ ବିବାହ କରିଥିବାରୁ ଏହାକୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି। ତେଣୁ ସେ ଏକାକୀ ଏଠାରେ ରହିବାକୁ ଚାହୁଁଥିବା ଜଣାଇଥିଲେ।
ଏଥିରେ ବିଶ୍ୱାସ କରି ଫ୍ଲାଟ ମାଲିକଙ୍କ ତାଙ୍କ ସହ ଘର ଭଡ଼ା ପାଇଁ ଚୁକ୍ତି କରିଥିଲେ। ଏହି ସମୟରେ ସେ ନକଲି ଆଧାର କାର୍ଡ, ପାନ କାର୍ଡ ଓ ଭୋଟର ପରିଚୟପତ୍ର ଦେଇଥିଲେ। ନକଲି ଦସ୍ତବାଜ ଏବେ ଜବତ ହୋଇଥିବା ବେଳେ ଏଥିରେ ତାଙ୍କ ଜନ୍ମ ୧୯୯୮ରେ ହୋଇଥିବା ଉଲ୍ଲେଖ ରହିଛି।
ସେ ଆନ୍ଧ୍ର ପ୍ରଦେଶର ଶେଖ ମହମ୍ମଦ ଅଶର୍ଫଙ୍କୁ ଜୁନ ୫ରେ ବିବାହ କରିଥିବା ପ୍ରମାଣପତ୍ର ତାଙ୍କ ପାଖରୁ ମିଳିଛି। ସେ ସୀମାନ୍ତ ନଦିଆ ଜିଲ୍ଲାରେ ନିଜ ବିବାହକୁ ପଞ୍ଜିକରଣ କରାଇଛନ୍ତି।ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, “ଶାନ୍ତା ପାଲ ଓ ତାଙ୍କ ସ୍ୱାମୀ ଅଶର୍ଫ ପ୍ରଥମେ ପାର୍କ ଷ୍ଟ୍ରିଟରେ ଗୋଟିଏ ଆପାର୍ଟମେଣ୍ଟରେ ଭଡ଼ାରେ ରହିଥିଲେ। ଏହାପରେ ସେମାନେ ଗଲ୍ଫ ଗ୍ରୀନକୁ ଚାଲି ଯାଇଥିଲେ।
ସେଠାରେ ଉପରେ ଏକାଠି ରହିଥିଲେ। ଶାନ୍ତା ନିୟମିତ ଭାବେ ଅଶର୍ଫଙ୍କ ପାସପୋର୍ଟକୁ ନିଜ ପାଖରେ ରଖୁଥିଲେ। ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ସେ ଏକାଧିକ ଭାରତୀୟ ପରିଚତ୍ର ଯଥା ରାସନ କାର୍ଡ, ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ପାନ କାର୍ଡ ହାସଲ କରିଥିଲେ।”
ଶାନ୍ତା ପାଲ ନକଲି ଭାରତୀୟ ପରିଚୟପତ୍ର ଆଧାରରେ ଅଶର୍ଫଙ୍କ ସହ ମିଳିତ ଭାବେ ଏକାଧିକ ସମ୍ପତ୍ତିକୁ ଭଡ଼ାରେ ମଧ୍ୟ ଦେଇଥିଲେ। ଅଶର୍ଫ ମରାଚାଣ୍ଟ ନ୍ୟାଭିରେ କାମ କରନ୍ତି।
ଶାନ୍ତା ପାଲ ୨୦୧୬ରେ ଭାରତ-ବାଂଲାଦେଶ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୧୯ରେ ସେ ମିସ ଏସି୍ଆ ଗ୍ଲୋବାଲ ହୋଇଥିଲେ। ଗତ ୨ ବର୍ଷ ହେଲାଣି ସେ ତାମିଲ ଓ ବେଙ୍ଗଲି ଫିଲ୍ମରେ ଅଭିନୟ କରୁଥିଲା। ଏପରି ସେ ଗୋଟିଏ ଓଡ଼ିଆ ଫିଲ୍ମରେ ଅଭିନୟ କରିବାକୁ ଚୁକ୍ତି ମଧ୍ୟ କରିଥିଲେ।
ମଡେଲିଂରେ ସଫଳତା ମିଳିବା ପରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ। ଏହାପରେ ସେ ବାଂଲାଦେଶ ଏୟାରଲାଇନରେ ସାମିଲ ହୋଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ଗିରଫ ପରେ କୋର୍ଟ ତାଙ୍କୁ ଅଗଷ୍ଟ ୮ ଯାଏ ପୁଲିସ୍ ରିମାଣ୍ଡରେ ପଠାଇ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
