Advertisment

ନକଲି କାଗଜପତ୍ର ଦେଲେ ମିଳୁଛି ପାସପୋର୍ଟ! ବାଂଲାଦେଶ ନାଗରିକ ଗିରଫ

କ୍ରିଷ୍ଣା ଦେବନାଥ(୨୧)ଙ୍କ ମୋବାଇଲରେ ଥିବା ଫଟୋ ଗ୍ୟାଲେରୀକୁ ଯାଞ୍ଚ କରି ପୁଲିସ୍‌ ତାଙ୍କର ପ୍ରକୃତ ପରିଚୟପତ୍ର, ଜନ୍ମ ପ୍ରମାଣପତ୍ର ଓ ତାଙ୍କ ମା’ଙ୍କ ପରିଚୟପତ୍ର ଠାବ କରିଛି।

ଅଦ୍ୟତନ ହୋଇଛି
Passport

Passport

Advertisment

ଦେଶରରେ ସୁରକ୍ଷାରେ ସାଂଘାତିକ ତ୍ରୁଟି। ନକଲି କାଗଜପତ୍ର ଦେଲେ ମିଳି ଯାଉଛି ଭାରତୀୟ ପାସପୋର୍ଟ। ଏପରି ନକଲି କାଗଜପତ୍ର ଜରିଆରେ ପାସପୋର୍ଟ ହାତେଇ ଭାରତରୁ ବିଦେଶକୁ ଯିବା ପାଇଁ ଚେଷ୍ଟା କରୁଥିବା ଜଣେ ବାଂଲାଦେଶ ନାଗରିକଙ୍କୁ ଗିରଫ କରିଛି ପୁଲିସ୍‌।

Advertisment

କ୍ରିଷ୍ଣା ଦେବନାଥ(୨୧)ଙ୍କ ମୋବାଇଲରେ ଥିବା ଫଟୋ ଗ୍ୟାଲେରୀକୁ ଯାଞ୍ଚ କରି ପୁଲିସ୍‌ ତାଙ୍କର ପ୍ରକୃତ ପରିଚୟପତ୍ର, ଜନ୍ମ ପ୍ରମାଣପତ୍ର ଓ ତାଙ୍କ ମା’ଙ୍କ ପରିଚୟପତ୍ର ଠାବ କରିଛି। ଏହି ସବୁ ପ୍ରମାଣପତ୍ର ବାଂଲାଦେଶ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଛି।

ଦେବନାଥ ମୁମ୍ବାଇ-କୁଏତ ବିମାନରେ ଭାରତ ଛାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ମହାରାଷ୍ଟ୍ରର ସାହାର ପୁଲିସ୍‌ ତାଙ୍କୁ ଗିରଫ କରିଛି। ଠକେଇ ସମେତ ଆଇପିସି ଓ ଭାରତୀୟ ପାସପୋର୍ଟ ଓ ଫରେନ ଆଇନ ଅନୁସାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

Advertisment

ଜବତ ପାସପୋର୍ଟରେ ସେ ଏକଦା ବାଂଲାଦେଶ ମଧ୍ୟ ଯାଇଥିବା ଉଲ୍ଲେଖ ରହିଛି। ତାଙ୍କ କଥାବାର୍ତ୍ତା ମଧ୍ୟ ସନ୍ଦେହ ସୃଷ୍ଟି କରୁଥିବା ପୁଲିସ୍‌ କହିଛି। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଦେବନାଥ ଓ ତାଙ୍କ ବାପା ମା’ ସୀମା ଡେଇଁ ଭାରତରେ ପ୍ରବେଶ କରିଥିଲେ। ସେମାନେ ତ୍ରିପୁରାରେ ଦୀର୍ଘ ୧୫ ବର୍ଷ କାଳ ସ୍ଥାୟୀ ବାସିନ୍ଦା ଭାବେ ରହିଥିଲେ।

ଜୟନ୍ତ ଦେ’ ନାମକ ଜଣେ ଏଜେଣ୍ଟ ଜରିଆରେ ସେ ଭାରତୀୟ ପାସପୋର୍ଟ ହାତେଇଥିଲେ। କିନ୍ତୁ ଏଥିପାଇଁ ସେ କୋଲକାତା ପାସପୋର୍ଟ ଅଫିସରେ ନକଲି କାଗଜପତ୍ର ଦେଇଥିଲେ।”

ବାଂଲାଦେଶରୁ ଅନେକ ଲୋକ ଏପରି ସୀମା ଡେଇଁ ଭାରତରେ ପ୍ରବେଶ କରିବାର ନଜିର ରହିଛି। ତେବେ ସେମାନେ ବିଦେଶ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଧରା ପଡ଼ୁଛନ୍ତି।

India Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe