Advertisment

ବାଂଲାଦେଶୀ ପର୍ଣ୍ଣ ଷ୍ଟାରଙ୍କୁ ବାନ୍ଧିଲା ମହାରାଷ୍ଟ୍ର ପୁଲିସ

ରିୟାଙ୍କ ବାପାମା’ ଏବେ କତାରରେ ଥିବା ଜଣାପଡ଼ିଛି। ହେଲେ ତାଙ୍କ ଭାଇ ଓ ଭଉଣୀ ଫେରାର ହୋଇଯାଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Riya Barde

Riya Barde

ବେଆଇନ ଭାବେ ଭାରତରେ ରହୁଥିବା ଅଭିଯୋଗରେ ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଡେ ଓରଫ ଆରୋହୀ ବର୍ଡେ ଓରଫ ବନ୍ନା ଶେଖଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ମୁମ୍ବାଇଠାରୁ ପ୍ରାୟ ୫୦ କିମି ଦୂର ଉଲ୍ଲାସନଗରର ହିଲ୍ ଲାଇନ ଥାନା ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ରିୟା ବର୍ଡେ ବାଂଲାଦେଶୀ ହୋଇଥିବା ବେଳେ ନକଲି କାଜଗପତ୍ର ଦେଇ ଭାରତରେ ରହୁଛନ୍ତି। କେବଳ ସେ ନୁହନ୍ତି, ତାଙ୍କ ସହିତ ତାଙ୍କ ମା’, ଭଉଣୀ ଓ ଭାଇ ମଧ୍ୟ ବେଆଇନ ଭାବେ ଭାରତରେ ରହୁଛନ୍ତି।

ରିୟାଙ୍କ ବ୍ୟତୀତ ପୁଲିସ ତାଙ୍କ ମା’ ଅଞ୍ଜଳି ବର୍ଡେ ଓରଫ ରୁବି ଶେଖ, ବାପା ଅରବିନ୍ଦ ବର୍ଡେ, ଭାଇ ରବୀନ୍ଦ୍ର ଓରଫ ରିୟାଜ ଶେଖ ଓ ଭଉଣୀ ରିତୁ ଓରଫ ମୋନି ଶେଖଙ୍କ ନାଁରେ ମାମଲା ରୁଜୁ କରିଛି। ତାଙ୍କ ବାପାମା’ ଏବେ କତାରରେ ଥିବା ଜଣାପଡ଼ିଛି। ହେଲେ ତାଙ୍କ ଭାଇ ଓ ଭଉଣୀ ଫେରାର ହୋଇଯାଇଛନ୍ତି।  

Advertisment

ରିୟା ଭାରତୀୟ ନୁହନ୍ତି ଓ ସେ ବେଆଇନ ଭାବେ ଭାରତରେ ରହୁଛନ୍ତି ବୋଲି ତାଙ୍କ ବନ୍ଧୁ ପ୍ରଶାନ୍ତ ମିଶ୍ରା ପୁଲିସରେ ଅଭିଯୋଗ କରିଥିଲେ। ଏହା ପୁଲିସ ରିୟାଙ୍କ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା ଓ ପୂରା କାରସାଦି ସାମ୍ନାକୁ ଆସିଥିଲା। 

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ଯେ ରିୟାଙ୍କ ମା’ ଅଞ୍ଜଳି ବର୍ଡେ ଓରଫ ରୁବି ଶେଖ ଜଣେ ବାଂଲାଦେଶୀ। ସେ ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଦାବି କରି ମହାରାଷ୍ଟ୍ରର ଅମରାବତୀର ଅରବିନ୍ଦ ବର୍ଡେଙ୍କୁ ବାହା ହୋଇଥିଲେ। ଏହା ପରେ ଅରବିନ୍ଦ ବର୍ଡେଙ୍କ ଜରିଆରେ ନିଜ ପାଇଁ ତଥା ନିଜର ତିନି ଛୁଆଙ୍କ ପାଇଁ ନକଲି ଜନ୍ମ ପ୍ରମାଣପତ୍ର ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ର ତିଆରି କରିଥିଲେ। ସେହି ନକଲି କାଗଜପତ୍ର ଜରିଆରେ ସେ ଓ ତାଙ୍କ ପିଲାମାନେ ଭାରତୀୟ ନାଗରିକ ଦର୍ଶାଇ ଭାରତୀୟ ପାସପୋର୍ଟ ମଧ୍ୟ ହାତେଇଥିଲେ।

ପୁଲିସ୍ କହିଛି ଯେ ପୂର୍ବରୁ ମଧ୍ୟ ଥରେ ସେମାନେ ରିୟା ବର୍ଡେଙ୍କୁ ଗିରଫ କରିଥିଲେ। ବେଶ୍ୟାବୃତ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। 

Porn Star