Advertisment

ପିଲାକୁ ଧରି ନୋଏଡାରେ ବାଂଲାଦେଶୀ ମହିଳା, କହିଲେ- ସ୍ୱାମୀଙ୍କ ସହ ରହିବାକୁ ଚାହେଁ

୩ ବର୍ଷ ତଳେ ଢାକାରେ ସୌରଭ କାନ୍ତ ତିୱାରୀଙ୍କୁ ମହିଳା ଜଣଙ୍କ ବିବାହ କରିଥିବା ଦାବି କରିଛନ୍ତି। ବର୍ତ୍ତମାନ ସୌରଭ କେନ୍ଦ୍ରୀୟ ନୋଏଡାର ସୂରଜପୁର ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ସହ ରହିବା ପାଇଁ ବାଂଲାଦେଶରୁ ସୋନିଆ ଅଖତର ଦୌଡ଼ି ଆସିଛନ୍ତି।

Noida

Noida

Advertisment

ନିଜ ସ୍ୱାମୀଙ୍କୁ ଖୋଜି ଖୋଜି ପିଲାକୁ ଧରି ଜଣେ ବାଂଲାଦେଶୀ ମହିଳା ଉତ୍ତର ପ୍ରଦେଶର ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ସେ ନୋଏଡାରେ ରହୁଥିବା ନିଜ ସ୍ୱାମୀଙ୍କ ଘରେ ଚାହୁଁଥିବା କହିଛନ୍ତି।

Advertisment

୩ ବର୍ଷ ତଳେ ଢାକାରେ ସୌରଭ କାନ୍ତ ତିୱାରୀଙ୍କୁ ମହିଳା ଜଣଙ୍କ ବିବାହ କରିଥିବା ଦାବି କରିଛନ୍ତି। ବର୍ତ୍ତମାନ ସୌରଭ କେନ୍ଦ୍ରୀୟ ନୋଏଡାର ସୂରଜପୁର ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ସହ ରହିବା ପାଇଁ ବାଂଲାଦେଶରୁ ସୋନିଆ ଅଖତର ଦୌଡ଼ି ଆସିଛନ୍ତି।

ସୋନିଆ ଅଖତର କହିଛନ୍ତି, “ସେ(ସୌରଭ) ଆଉ ମୋ କଥା ଶୁଣୁ ନାହାନ୍ତି। ସେ ତାଙ୍କ ଘରକୁ ମୋତେ ନେଉ ନାହାନ୍ତି। ମୁଁ ଜଣେ ବାଂଲାଦେଶୀ। ସେ ପ୍ରାୟ ୩ ବର୍ଷ ତଳେ ମୋତେ ବିବାହ କରିଥିଲେ। ମୁଁ ଆମ ପିଲା ସହ ମୋ ସ୍ୱାମୀଙ୍କ ପାଖରେ କେବଳ ରହିବାକୁ ଚାହୁଁଛି।”

Advertisment

ସୋନିଆଙ୍କ ଅଭିଯୋଗ ପାଇବା ପରେ ନୋଏଡା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଅତିରିକ୍ତ ଡିସିପି(କେନ୍ଦ୍ରୀୟ ନୋଏଡା) ରାଜୀବ ଦିକ୍ଷୀତ କହିଛନ୍ତି, “ଏଠାରେ ଥିବା ମହିଳା ଥାନାରେ ବାଂଲାଦେଶୀ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ସୂରଜପୁର ଅଞ୍ଚଳରେ ରହୁଥିବା ସୌରଭ କାନ୍ତ ତିୱାରୀ ତାଙ୍କୁ ବିବାହ କରିଥିଲେ।

ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ମହିଳାଙ୍କୁ ଢାକାରେ ଛାଡ଼ି ଦେଇ ଭାରତ ଚାଲି ଆସିଥିଲେ। ମହିଳା ଜଣଙ୍କ ଆହୁରି ଦାବି କରିଛନ୍ତି ଯେ ତିୱାରୀ ଭାରତରେ ମଧ୍ୟ ବିବାହ କରିଛନ୍ତି। ମହିଳା ଜଣଙ୍କ ବୈଧ ଭିସା, ପାସପୋର୍ଟ ତଥ୍ୟ ଓ ପିଲାଟିର ସବୁ ତଥ୍ୟ ଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ବାଂଲାଦେଶରେ ବିବାହ କରିଥିଲେ। ଏବେ ଘଟଣାର ତଦନ୍ତ ଦାୟିତ୍ୱ ଏସିପି(ମହିଳା ଓ ଶିଶୁ ସୁରକ୍ଷା)ଙ୍କୁ ଦିଆଯାଇଛି। ସେ ଘଟଣାକୁ ବିସ୍ତୃତ ଭାବେ ଯାଞ୍ଚ କରିବେ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

ସୌରଭ କାନ୍ତ ତିୱାରୀ ୨୦୧୭ ଜାନୁଆରୀ ୪ରୁ ୨୦୨୧ ଡିସେମ୍ବର ୨୪ ଯାଏ ଢାକାରେ ଥିବା ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ। ୨୦୨୧ ଏପ୍ରିଲ ୧୪ରେ ସେ ସୋନିଆଙ୍କୁ ଇସଲାମିକ ରୀତିନୀତିରେ ବିବାହ କରିଥିଲେ। ତେବେ ସୌରଭ ଭାରତରେ ପୂର୍ବରୁ ବିବାହ କରି ସାରିଥିଲେ ଓ ତାଙ୍କର ଦୁଇଟି ପିଲା ମଧ୍ୟ ରହିଥିବା ଜଣାପଡ଼ିଛି।

India Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe