bank
ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ୨୦୨୨-୨୩ର ଆର୍ଥିକ ବର୍ଷ ସମାପ୍ତ ହେବ। ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ତେବେ ଆସନ୍ତା ଏପ୍ରିଲରେ ଅନେକ କିଛି ପରିବର୍ତ୍ତନ ହେବାର ରହିଛି। ମୁଖ୍ୟ କଥା ହେଉଛି ଏପ୍ରିଲରା ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଲଗାତାର ବନ୍ଦ ରହିବନି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ପ୍ରକାଶିତ ଛୁଟି ତାଲିକା ଅନୁଯାୟୀ ଏପ୍ରିଲ ମାସରେ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ। ଛୁଟିଦିନ ତାଲିକାରେ ରବିବାର, ଦ୍ୱିତୀୟ ଶନିବାର, ସାଧାରଣ ଛୁଟି ଏବଂ ଆଞ୍ଚଳିକ ଛୁଟି ଅନ୍ତର୍ଭୁକ୍ତ। ତାଲିକାରେ ଥିବା କିଛି ଛୁଟି କେବଳ ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଅଟେ। ଆରବିଆଇ ଗାଇଡଲାଇନ ଅନୁଯାୟୀ, ପ୍ରତ୍ୟେକ ମାସର ପ୍ରଥମ ଏବଂ ତୃତୀୟ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ଖୋଲା ଅଛି, କିନ୍ତୁ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିଛି।
ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଦିନ ଏହି ଛୁଟି ସବୁ ପଡୁଛି। ଏପ୍ରିଲ ପହିଲାରେ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ ସେଦିନ ବ୍ୟାଙ୍କ ଖୋଲା ରହିଲେ ବି ନେଣଦେଣ ହୋଇପାରିବ ନାହିଁ । ଏପ୍ରିଲ ୨ ରବିବାର କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୪ ତାରିଖରେ ମହାବୀର ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ । ସେହିଭଳି ଏପ୍ରିଲ ୭ ତାରିଖ ଗୁଡ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୮ ତାରିଖ ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ । ଅନ୍ୟପଟେ ଏପ୍ରିଲ ୧୪ ତାରିଖରେ ଡ.ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୫ ତାରିଖରେ ବିଶୁ/ବଙ୍ଗାଳୀ ନବବର୍ଷ/ ବୋହାଗ ବିହୁ ଓ ହିମାଚଳ ଦିବସ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
ଏପ୍ରିଲ ୧୬ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ଶବ-ଏ-କଦ୍ର ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୧୮ ତାରିଖରେ ଇଦ-ଓଲ-ଫିତର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୨ ରେ ରମଜାନ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ । ଏପ୍ରିଲ ୨୩ ଓ ୩୦ ତାରିଖରେ ରବିବାର ପଡୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/bank_1680089413.jpg)