Advertisment

ଓଟ ପିଠିରେ ବସି ପାର୍ଲାମେଣ୍ଟ ଯିବି…ସାଂସଦଙ୍କୁ ଅଟକାଇଲା ପୁଲିସ

ପୁଲିସ ଅଧିକାରୀଙ୍କ ଉପରେ ରାଗି ଗଲେ BAP ସାଂସଦ।

ଅଦ୍ୟତନ ହୋଇଛି
Rajkumar Roat

Rajkumar Roat

Advertisment

କାର୍‌ କି ବାଇକ୍‌ ନୁହେଁ ଓଟ ପିଠିରେ ବସି ପାର୍ଲାମେଣ୍ଟ ଯିବି। ଆଉ ଶପଥ ଗ୍ରହଣ କରିବି। ଏଭଳି କିଛି ଜିଦ୍‌ ଧରି ରାଜଧାନୀର ରାଜରାସ୍ତାରେ ଓଟି ପିଠିରେ ବସି ପାର୍ଲାମେଣ୍ଟ ଅଭିମୁଖେ ବାହାରିଛନ୍ତି ସାଂସଦ। ହେଲେ ଅଧରାସ୍ତାରେ ତାଙ୍କୁ ଅଟକାଇଛି ପୁଲିସ। ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆଜି ରାଜଧାନୀ ଦିଲ୍ଲୀରେ।

Advertisment

ଗତକାଲି ଠାରୁ ଆରମ୍ଭ ହୋଇଛି ଲୋଭସଭାର ୧୮ତମ ଅଧିବେଶନ। ସଂସଦର ପ୍ରଥମ ଦିନରେ ନିବ ନିର୍ବାଚିତ ସାଂସଦମାନେ ଶପଥ ନେଇଛନ୍ତି। ଆଜି ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଆଜି ମଧ୍ୟ ସାଂସଦ ଶପଥ ଗ୍ରହଣ ଜାରି ରହିଛି। ଏହାରି ଭିତରେ ଦେଖିବାକ ମିଳିଛି ଏକ ନିଆରା ଦୃଶ୍ୟ। ଓଟ ପିଠିରେ ବସି ପାର୍ଲାମେଣ୍ଟ ଯିବାକୁ ବାହାରିଛନ୍ତି ଭାରତୀୟ ଆଦିବାସୀ ପାର୍ଟିର ଏକମାତ୍ର ସାଂସଦ ରାଜକୁମାର ରୋତ୍‌।

ସେ ଓଟ ପିଠିରେ ବସି ପାର୍ଲାମେଣ୍ଟ ଯାଇ ଶପଥ ନେବାକୁ ଆଜି ଜିଦ୍‌ ଧରିଥିଲେ। ଏଥିପାଇଁ ସୁସଜ୍ଜିତ ଓଟି ଉପରେ ବସି ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇ ଥିଲେ ସାଂସଦ। ହେଲେ ଅଧରାସ୍ତାରେ ତାଙ୍କୁ ପୁଲିସ ଅଟକାଇ ଦେଇଛି। ପୁଲିସ କହିବା ଅନୁସାରେ ସଂସଦ ଗୃହ ପରିସରକୁ ପଶୁମାନଙ୍କୁ ନେବା ଅନୁମତି ନାହିଁ। ତେଣୁ ଆପଣ ଓଟ ପିଠିରେ ବସି ସଂସଦକୁ ଯାଇପାରିବେ ନାହିଁ। ଏହାକୁ ନେଇ ସାଂସଦ ପୁଲିସ ଅଧିକାରୀଙ୍କ ଉପରେ ରାଗି ଯାଇଛନ୍ତି।

Advertisment

ଆଦିବାସୀ ନେତା ରାଜକୁମାର ରୋତ୍‌ ପାରମ୍ପାରିକ ପୋଷାକରେ ଓଟ ଉପରେ ବସି ପାର୍ଲାମେଣ୍ଟକୁ ଯିବାକୁ ଚାହୁଁଥିଲେ। ସେ କହିଛନ୍ତି ଯେ ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶଗଡ଼ ଗାଡିରେ ସଂସଦକୁ ଯାଇପାରନ୍ତି ତେବେ ତାଙ୍କୁ କାହିଁକି ଓଟ ପଠିରେ ବସି ଯିବାକୁ ଅଟକାଯାଉଛି? ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରିବା ସହ ଏନେଇ ଅଭିଯୋଗ କରିବେ ବୋଲି କହିଛନ୍ତି।

କହିରଖୁ ଯେ, ରାଜକୁମାର ରୋତ୍‌ ରାଜସ୍ଥାନ ବଂଶବାଡାର ସାଂସଦ ଅଟନ୍ତି। ଚଳିତ ଲୋକସଭା ନର୍ବାଚନରେ ରାଜସ୍ଥାନରେ କଂଗ୍ରେସ ଭାରତୀୟ ଆଦିବାସୀ ପାର୍ଟି ମେଣ୍ଟ କରିଥିଲା। ବିଜେପିର ମହେନ୍ଦ୍ରଜିତ ସିଂହଙ୍କୁ ବଂଶବାଡା ଆସନରେ ରାଜକୁମାର ରୋତ୍‌ ବଡ ମାର୍ଜିନରେ ହରାଇ ବିଜୟୀ ହୋଇଥିଲେ। ନିର୍ବାଚନ ବେଳେ ମଧ୍ୟ ରାଜକୁମାର ଓଟ ପିଠିରେ ବସି ପ୍ରଚାର କରିଥିଲେ।

Camel MP Rajkumar Roat Bharat Adivasi Party Rajasthan Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe