Advertisment

ଭାଉଜଙ୍କୁ କଡ଼ା ଟକ୍କର ଦେଉଛନ୍ତି ନଣନ୍ଦ

୧୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି ସୁପ୍ରିୟା ସୁଲେ।

author-image
Madhupriya Mistry
Supriya Sule lead

Supriya Sule lead

ପାଓ୍ୱାର ପରିବାର ପାରମ୍ପରିକ ଗଡ ମହାରାଷ୍ଟ୍ରର ବାରାମତୀରେ ରୋଚକ ସ୍ଥିତିରେ ରହିଛି ଟ୍ରେଣ୍ଡ। ଏଠି ଭାଉଜକୁ କଡା ଟକ୍କର ଦେଉଛନ୍ତି ନଣନ୍ଦ। ଏଠି ପାଓ୍ୱାର ବନାମ ପାଓ୍ୱାର ଲଢ଼େଇ ଚାଲିଛି।

Advertisment

ମହାରାଷ୍ଟ୍ରର ବାରାମତୀରେ ଏନ୍‌ସିପି (ଶରତ ଚନ୍ଦ୍ର ପାଓ୍ୱାର) ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ସୁପ୍ରିୟା ସୁଲେ ଆଗେଇ ଚାଲିଛନ୍ତି। ଏଠାରେ ସେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ପତ୍ନୀ ତଥା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ସୁନେତ୍ରା ପାଓ୍ୱାରଙ୍କୁ ପଛରେ ପକାଇଛନ୍ତି।

ନିର୍ବାଚନ କମିଶନର ଟ୍ରେଣ୍ଡ ଅନୁଯାୟୀ ଅଷ୍ଟମ ରାଉଣ୍ଡ ଗଣତି ସୁଦ୍ଧା ପ୍ରାୟ ୧୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି ସୁପ୍ରିୟା ସୁଲେ। ତାଙ୍କୁ ବର୍ତ୍ତମାନ ସୁଦ୍ଧା ୯୧, ୫୪୬ ଭୋଟ୍‌ ମିଳିଛି। ସେହିପରି ତାଙ୍କ ଭାଉଜ ତଥା ସୁନେତା ପାଓ୍ୱାରଙ୍କୁ ମିଳିଛି ୮୦,୭୬୭ ଭୋଟ୍‌।

Advertisment
Maharashtra LokSabha Election Results 2024