Advertisment

ସେଲୁନ ଭିତରେ ଛେପ ଲଗାଇ କରୁଥିଲେ ମସାଜ, ବନ୍ଧା ହେଲେ

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ନେଇ ବିରୋଧ କରିଛନ୍ତି।

salon-worker arrested

salon-worker arrested

Advertisment

ସେଲୁନ୍‌ ଭିତରେ ଛେପ ଲଗାଇ ଗ୍ରାହକଙ୍କ କରୁଥିଲେ ମସାଜ। ସିସିଟିଭିରେ କଏଦ୍ ହୋଇଛି ସେଲୁନ କର୍ମଚାରୀଙ୍କ ଏଭଳି ଘୃଣ୍ୟ କାମ। ଏହି ଭିଡିଓ ଭାଇରାଲ ହେବା ଉକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

Advertisment

ଏଠାରେ ଜଣେ ସେଲୁନ୍ କର୍ମଚାରୀ ଗ୍ରାହକଙ୍କ ସହିତ ଘୃଣ୍ୟ କାମ କରିଛନ୍ତି। ଛେପ ପକାଇ ଗ୍ରାହକଙ୍କ ମୁହଁକୁ ମାଲିସ୍ କରିଛନ୍ତି ଅଭିଯୁକ୍ତ ଜୈଦ୍‌। ଯେତେବେଳେ ଗ୍ରାହକଙ୍କ ଏନେଇ ସନ୍ଦେହ ହୋଇଥିଲା, ସେତେବେଳେ ସେ ସେଲୁନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଏହାପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ସିସିଟିଭି ଫୁଟେଜ ଆଧାରରେ ଗ୍ରାହକ ସୁଶାନ୍ତ ଗଲ୍ଫ ସିଟି ପୁଲିସ ଷ୍ଟେସନରେ କର୍ମଚାରୀ ଜୈଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ ଲକ୍ଷ୍ନୌ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପୂରା ମାମଲାର ତଦନ୍ତ ଜାରି ରହିଛି।

Advertisment

ସେପଟେ ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ନେଇ ବିରୋଧ କରିଛନ୍ତି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Lucknow Police Viral Video Salon Worker Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe