Rahul Gandhi
ବଢ଼ିଲା ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ସେ ନିକଟରେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଛି ସମନ। ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆର୍ଥିକ ସର୍ଭେ କରାଯିବ ବୋଲି ରାହୁଲ କହିଥିଲେ। ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ଏହାକୁ ବିରୋଧ କରିଥିଲେ। ଏହାପରେ ସ୍ପେଶାଲ ଏମ୍ପି ଏମ୍ଏଲ୍ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।
ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସେ ଏହି ପ୍ରସଙ୍ଗରେ ରିଭିଜନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ମାମଲାର ଶୁଣାଣି ହେବ।
#WATCH | Uttar Pradesh: Bareilly District Court issues notice to Lok Sabha LoP and Congress MP Rahul Gandhi over his statement on caste census.
Petitioner, Pankaj Pathak says "We felt that the statement given by Rahul Gandhi during the elections on caste census was like an… pic.twitter.com/Es8rxilbTU
— ANI (@ANI) December 22, 2024
କହିରଖୁ ଯେ, ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ନିଜର ଏକ ବୟାନରେ କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଜାତି ଜନଗଣନା ଓ ଆର୍ଥିକ ସର୍ବେକ୍ଷଣ କରାଯିବ। ତାଙ୍କର ଏହି ବୟାନକୁ ନେଇ ଅନେକ ହଙ୍ଗାମା ହୋଇଥିଲା। ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଜୋରଦାର ଟାର୍ଗେଟ୍ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
