Advertisment

ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ

ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Rahul Gandhi

Rahul Gandhi

Advertisment

ବଢ଼ିଲା ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ସେ ନିକଟରେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଛି ସମନ। ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆର୍ଥିକ ସର୍ଭେ କରାଯିବ ବୋଲି ରାହୁଲ କହିଥିଲେ। ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ଏହାକୁ ବିରୋଧ କରିଥିଲେ। ଏହାପରେ ସ୍ପେଶାଲ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସେ ଏହି ପ୍ରସଙ୍ଗରେ ରିଭିଜନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ମାମଲାର ଶୁଣାଣି ହେବ।

Advertisment

କହିରଖୁ ଯେ, ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ନିଜର ଏକ ବୟାନରେ କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଜାତି ଜନଗଣନା ଓ ଆର୍ଥିକ ସର୍ବେକ୍ଷଣ କରାଯିବ। ତାଙ୍କର ଏହି ବୟାନକୁ ନେଇ ଅନେକ ହଙ୍ଗାମା ହୋଇଥିଲା। ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲା।

Rahul Gandhi Congress Court Summoned
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe