Advertisment

ମୌଲବୀଙ୍କୁ ଉଠାଇନେଲା ପୁଲିସ୍‌: ରାଜରାସ୍ତାରେ ସମର୍ଥକଙ୍କ ବିଶାଳ ବିକ୍ଷୋଭ, ପଥର ମାଡ଼

ମୌଲବୀ ତୌକୀରଙ୍କ ହଜାର ହଜାର ସମର୍ଥକ ଶୁକ୍ରବାର ନମାଜ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ୍‌ ସହ ସେମାନଙ୍କର ବିଭିନ୍ନ ସ୍ଥାନରେ ଧସ୍ତାଧସ୍ତି ମଧ୍ୟ ହୋଇଛି।

police

police

Advertisment

ଅଶାନ୍ତ ହୋଇପଡ଼ିଛି ଉତ୍ତର ପ୍ରଦେଶର ବରେଲୀ। ଇତେହାଦ-ଇ-ମିଲାତ କାଉନସିଲର ମୁଖ୍ୟ ତୌକୀର ରାଜା ଖାନଙ୍କ ହଜାର ହଜାର ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Advertisment

ପୁଲିସ ସେମାନଙ୍କୁ ଅଟକାଇବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ମୌଲବୀ ତୌକୀର ଜ୍ଞାନବ୍ୟାପୀ ମାମଲାରେ ଜେଲ ଭରୋ ଆନ୍ଦୋଳନର ଡାକରା ଦେଇଥିଲେ। ଏଥିପାଇଁ ପୁଲିସ୍‌ ତାଙ୍କୁ ଉଠାଇ ନେଇ ଅଟକ ରଖିଛି। ବାସ ଏହାକୁ ବିରୋଧ କରି ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ବରେଲୀର ବିଭିନ୍ନ ସ୍ଥାନରେ ତୌକୀରଙ୍କ ସମର୍ଥକମାନଙ୍କୁ ପୁଲିସ୍‌ ଅଟକାଇଛି। ଏହାକୁ ନେଇ ଶାହମତ ଗଞ୍ଜ ଅଞ୍ଚଳରେ ପଥରମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପଥର ମାଡ଼ ଘଟଣା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଗୁରୁବାର ତୌକୀର ଜେଲ ଭରୋ ଆନ୍ଦୋଳନର ଡାକରା ଦେଇଥିଲେ। ଏଥିସହ ସେ ନିଜର ଅନୁଗାମୀମାନଙ୍କୁ ଗିରଫ ପାଇଁ ପୁଲିସ ହାତରେ ଧରା ଦେବାକୁ କହିଥିଲେ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ବୟାନ ବିରୋଧରେ ମୌଲବୀ ତୌକୀର ଏପରି ଡାକରା ଦେଇଥିଲେ। ମୁସଲିମମାନେ ନିଜ ଆଡ଼ୁ ଜ୍ଞାନବ୍ୟାପୀ ମସଜିଦ ଓ ମଥୁରାରେ ଥିବା ଶାହି ଇଦଗା ମସଜିଦ ଛାଡ଼ି ଦିଅନ୍ତୁ ବୋଲି ଯୋଗୀ ଆଦିତ୍ୟନାଥ କହିଥିଲେ।

ଏହା ବିରୋଧରେ ମୌଲବୀ ତୌକୀରଙ୍କ ହଜାର ହଜାର ସମର୍ଥକ ଶୁକ୍ରବାର ନମାଜ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ୍‌ ସହ ସେମାନଙ୍କର ବିଭିନ୍ନ ସ୍ଥାନରେ ଧସ୍ତାଧସ୍ତି ମଧ୍ୟ ହୋଇଛି।

ସ୍ଥିତିକୁ ଦେଖି ଏକ ହଜାର ପୁଲିସ୍‌କୁ ଆଇନ ଶୃଙ୍ଖଳା ପାଇଁ ମୁତୟନ କାରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଦୁଇ ସଂପ୍ରଦାୟର ଲୋକ ରହୁଥିବା ଅଞ୍ଚଳ ଓ ସହରକୁ ଯିବା ଆସିବା ପାଇଁ ଥିବା ପଏଣ୍ଟ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ୬ ଜଣ ଏଏସ୍‌ପି ଓ ୧୨ ଜଣ ସର୍କଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

ଉତ୍ତରାଖଣ୍ଡ ସୀମାନ୍ତକୁ ବରେଲୀ ଲାଗିଛି। ଗୁରୁବାର ସନ୍ଧ୍ୟାରେ ଉତ୍ତରାଖଣ୍ଡର ହଲଦୱାନୀରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ମଧ୍ୟ ତୌକୀର ମତ ରଖିଥିଲେ। ସେ କହିଥିଲେ “ ଯଦି ସରକାର ହିଂସା ଚାହୁଁଛନ୍ତି, ତା’ହେଲେ ଆମେ ଏଥିପାଇଁ ପ୍ରସ୍ତୁତ। ଆମେ ପୁଲିସ କିମ୍ବା ଗୁଳିକୁ ଡରୁ ନାହୁଁ। ସରକାର ଏବେ ମଦ୍ରାସାରେ ବୁଲଡୋଜର ଚଳାଉଛନ୍ତି। ସୁପ୍ରିମକୋର୍ଟ ଏହାକୁ ଦେଖିବା ଦରକାର। କିନ୍ତୁ ସୁପ୍ରିମକୋର୍ଟ ସରକାରଙ୍କ ଚାପରେ କାମ କରୁଛନ୍ତି।”

Uttar Pradesh Gyanvapi Masjid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe