Advertisment

ନାଲି ଆଖି ପରେ ବଦଳିଲା ଆଭିମୁଖ୍ୟ, ଭାରତୀୟ ହାଇକମିଶନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅମ୍ରିତପାଲ ସିଂହ ସପକ୍ଷରେ କିଛି ଲୋକ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ବିକ୍ଷୋଭ କରିବାକୁ ଯୋଜନା କରୁଥିବା ବେଳେ ବ୍ରିଟେନ ପୁଲିସ୍‌ ପକ୍ଷରୁ ଅଧିକ ସଂଖ୍ୟାରେ ବ୍ୟାରିକେଡ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

UK

UK

Advertisment

ଭାରତ ସରକାର ଯେସାକୁ ତେସା ନୀତି ଆପଣାଇବାରୁ ସମାନ୍ୟ ପଛ ଘୁଞ୍ଚା ଦେଇଛି ବ୍ରିଟେନ। ବିଚ୍ଛନ୍ନତାବାଦୀ ନେତା ଅମ୍ରିତପାଲ ସିଂହ ସପକ୍ଷରେ କିଛି ଲୋକ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନ ଆଗରେ ବିକ୍ଷୋଭ କରିବାକୁ ଯୋଜନା କରୁଥିବା ବେଳେ ବ୍ରିଟେନ ପୁଲିସ୍‌ ପକ୍ଷରୁ ଅଧିକ ସଂଖ୍ୟାରେ ବ୍ୟାରିକେଡ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Advertisment

୩ ଦିନ ତଳେ ଅମ୍ରତିପାଲ ସପକ୍ଷବାଦୀମାନେ ହାଇକମିଶନ ଆଗରେ ବିକ୍ଷୋଭ କରିବା ସହ ପଥର ମାଡ଼ କରିଥିଲେ। ସେହିପରି ସେଠାରେ ଲାଗିଥିବା ତ୍ରିରଙ୍ଗାକୁ କାଢ଼ିବାକୁ ଚେଷ୍ଟା କରିଥିଲେ। ଏବେ ପୁଣି ସମାନ ସ୍ଥିତି ସୃଷ୍ଟି ହେବାର ଆଶଙ୍କାରେ ବ୍ରିଟେନ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।

ତେବେ ହାଇକମିଶନ ଆଗରେ ଖବୁ କମ ସୁରକ୍ଷା ବ୍ୟବସ୍ଥା କରିଥିବା ବ୍ରିଟେନ ସରକାର ନିଜର ଆଭିମୁଖ୍ୟ ହଠାତ୍‌ ବଦଳାଇବା ପଛରେ ଥିବା କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଲଣ୍ଡନରେ ସ୍ଥାନୀୟ ପୁଲିସ୍‌ ଅମ୍ରିତପାଲ ସପକ୍ଷବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଭାରତରେ ରହୁଥିବା ଶିଖ ସଂପ୍ରଦାୟର ଲୋକମାନେ କହିଥିଲେ।

Advertisment

ଏଥିପାଇଁ ସେମାନେ ମଧ୍ୟ ନୂଆଦିଲ୍ଲୀରେ ଥିବା ବ୍ରିଟେନ ହାଇକମିଶନ ଆଗରେ ବିକ୍ଷୋଭ କରିବାକୁ ଯୋଜନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା କରିଥିଲା। କିନ୍ତୁ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନକୁ ଉପଯୁକ୍ତ ସୁରକ୍ଷା ମିଳୁ ନଥିବାରୁ ଆଜି ପୁଲିସ୍‌ ନୂଆଦିଲ୍ଲୀ ସ୍ଥିତି ବ୍ରିଟେନ ହାଇକମିଶନ ବାହାରେ ଲଗାଇଥିବା ବ୍ୟାରିକେଡକୁ ହଠାଇ ଦେଇଥିଲା। ଭାରତର ଏପରି ଆଭିମୁଖ୍ୟ ପରେ ଲଣ୍ଡନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କେନ୍ଦ୍ରୀୟ ଲଣ୍ଡନରେ ଭାରତ ପ୍ୟାଲେସ ଭାବେ ପରିଚିତ ବିଲଡିଂ ବାହାରେ ଅନେକ ପୁଲିସ୍‌ ଅଫିସର, ଲିଆସନ ଅଫିସର, ପ୍ୟାଟ୍ରୋଲ ଅଫିସର ଓ ଅନ୍ୟ ଅଧିକାରୀମାନେ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି।

Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe