Advertisment

କର୍ଣ୍ଣାଟକାରେ ପରାଜୟ ସ୍ୱୀକାର କଲା ବିଜେପି, ମୋଦିଙ୍କୁ ଉଚିତ ଜବାବ ମିଳିଛି ବୋଲି କହିଲା କଂଗ୍ରେସ

ଅନ୍ୟପକ୍ଷରେ ବିଜେପି ପରାଜୟ ସ୍ୱୀକାର କରିଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି।

Karnataka

Karnataka

Advertisment

ସକାଳ ୮ଟାରୁ କର୍ଣ୍ଣାଟକାରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ଯଥେଷ୍ଟ ଆଗରେ ରହିଛି। କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ପାର କରିବା ସହ ଏବେ ୧୨୯ଟି ଆସନରେ ଆଗୁଆ ରହିଛି। ବିଜେପି ମାତ୍ର ୬୭ ଆସନରେ ଆଗରେ ଥିବା ବେଳେ ଜେଡିଏସ୍ ୨୨ଟି ଆସନରେ ଲିଡ୍‌ କରୁଛି। ଆଉ ମାତ୍ର କିଛି ରାଉଣ୍ଡ ଗଣତି ବାକି ଥିବା ବେଳେ ବିଜେପି ଏବେଠାରୁ କର୍ଣ୍ଣାଟକାରେ ପରାଜୟ ସ୍ୱୀକାର କରି ନେଇଛି।

Advertisment

ନିଜେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସର୍ବସମ୍ମୁଖରେ ବିଜେପି ପରାଜୟ ସ୍ୱୀକାର କରୁଥିବା କହିଛନ୍ତି। ତେବେ ବୋମାଇ ତାଙ୍କ ଆସନ ଶିଗାଓଁରୁ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଟ୍ରେଣ୍ଡରେ କଂଗ୍ରେସ ଯଥେଷ୍ଟ ଆଗୁଆ ରହିଥିବାରୁ ବୋମାଇ କହିଛନ୍ତି ଯେ “ଆମେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି କର୍ମୀମାନଙ୍କ କଠିନ ପରିଶ୍ରମ ସତ୍ତ୍ୱେ ଆମେ ସଂଖ୍ୟା ପାଇବାରେ ବିଫଳ ହୋଇଛୁ। ସଂପୂର୍ଣ୍ଣ ରେଜଲ୍ଟ ଆସିବା ପରେ ଆମେ ପରାଜୟ ପଛର କାରଣଗୁଡ଼ିକର ସମୀକ୍ଷା କରିବୁ। ଆମେ ଏହି ନିର୍ବାଚନକୁ ବେଶ ଗୁରୁତ୍ୱର ସହ ନେବୁ ଓ ଲୋକସଭା ନିର୍ବାଚନ ବେଳେ କମବ୍ୟାକ କରିବୁ।”

Advertisment

ଅନ୍ୟପକ୍ଷରେ ବିଜେପି ପରାଜୟ ସ୍ୱୀକାର କରିଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ବଜରଙ୍ଗବାଲୀଙ୍କ ଭକ୍ତମାନେ ମୋଦିଙ୍କୁ ଉପଯୁକ୍ତ ଜବାବ ଦେଇଥିବା କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି।

ସେ କହିଛନ୍ତି, “ନିକଟରେ ଶେଷ ହୋଇଥିବା ନିର୍ବାଚନ ବିଜେପିକୁ କଡ଼ା ସନ୍ଦେଶ ଦେଇଛି। ଦୟା କରି ବିଜେପି ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଭିତରେ ରହୁ। ଏଥିସହ ଦୟା କରି ସେମାନେ ଭାରତକୁ ଭାଗଭାଗ କରିବାକୁ ଚେଷ୍ଟା କରନ୍ତୁ ନାହିଁ।”

Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe