Advertisment

‘କର୍ଣ୍ଣାଟକାରେ ବିଜେପି ହାର ପାଇଁ ମୁଁ ଦାୟୀ’

ଅପ୍ରତ୍ୟାଶିତ ଭାବେ ଦଳ ହାର୍‌ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସବରାଜ ବୋମାଇ ।

author-image
Niharika Rout
Basavaraj Bommai

Basavaraj Bommai

ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଧୂଳି ଚାଟିଥିବା ବେଳେ ବିପୁଳ ଭୋଟରେ ଜିତିଛି କଂଗ୍ରେସ । ଅପ୍ରତ୍ୟାଶିତ ଭାବେ ଦଳ ହାର୍‌ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସବରାଜ ବୋମାଇ ।

Advertisment

ବିଧାନସଭା ନିର୍ବାଚନରେ ହୋଇଥିବା ହାର୍‌ର ନୈତିକ ଦାୟିତ୍ୱ ନିଜ ଉପରୁ ନେଇଛନ୍ତି ବସବରାଜ ବୋମାଇ । ଜଣେ ନେତାକୁ ସବୁବେଳେ ଆଗଭର ହୋଇ ଦାୟିତ୍ୱ ନେବା ଉଚିତ । ଏପରି ହେବା ଦ୍ୱାରା ହିଁ ପାର୍ଟି ଆଗକୁ ବଢ଼ି ପାରିବ ବୋଲି ସେ କହିଛନ୍ତି।

କଂଗ୍ରେସ ଜିତିବା ପଛର ପ୍ରମୁଖ କାରଣ କ’ଣ ପଚରାଯିବାରୁ କଂଗ୍ରେସ ନିର୍ବାଚନର ବେଶ୍‌ ପୂର୍ବରୁ ନିଜ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ସେ କହିଥିଲେ। ବ୍ୟକ୍ତିଗତ ଭାବେ ମୋତେ ଲଗୁଛି ଯେ କଂଗ୍ରେସ ରାଜ୍ୟରେ ଅଧିକ ସଙ୍ଗଠିତ ଅଛି। କାରଣ ଦଳ ବହୁ ପୂର୍ବରୁ ବିଧାନସଭା ନିର୍ବାଚନ ପାଇଁ ନିଜ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁ କରିଥିଲା। ଆମେ ନିଷ୍ପତ୍ତି ନେବାରେ ଟିକେ ବିଳମ୍ବ ହୋଇଗଲା। ଫଳରେ ଡେରିରେ ଆମ ନିର୍ବାଚନୀ କାମ ଆରମ୍ଭ ହେଲା। ଏହାବାଦ ସାଧାରଣ ଜନତା ମାଗଣା ଉପହାର ପଛରେ ପଡ଼ିଗଲେ।

Advertisment

ଅପରପକ୍ଷେ, ଭାଜପା ରାଜ୍ୟରେ ଘନ ଘନ ନିର୍ବାଚନୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ବି ଲୋକଙ୍କ ନିକଟରେ ଠିକ୍‌ ସନ୍ଦେଶ ପହଞ୍ଚି ପାରିଲାନି। ଏହାର ପରିଣାମ ସୂରୂପ ଭାଜପାକୁ ହାରର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି କହିଛନ୍ତି ବୋମାଇ

ଏଥିସହ ସେ କହିଛନ୍ତି, ବିଜେପି ୨୦୧୮ ମସିହାରେ ପାଇଥିବା ନିଜ ୩୬% ଭୋଟ ଶେଆରକୁ ଅତୁଟ ରଖିଛି। କିନ୍ତୁ କଂଗ୍ରେସ ଭୋଟ ୩୮.୧%ରୁ ବଢ଼ି ୪୨.୯%ରେ ପହଞ୍ଚିଛି। ଜନତା ଦଳ(ଏସ୍‌)ର ୫% ଭୋଟ କଂଗ୍ରେସ ଖାତାକୁ ଚାଲି ଯାଇଥିବା କହିଛନ୍ତି ବୋମାଇ। କାରଣ ଜନତା ଦଳ(ଏସ୍‌)ର ଭୋଟ ୧୮.୩%ରୁ କମି ୧୩.୩%ରେ ପହଞ୍ଚିଛି। 

ବିଧାନସଭା ନିର୍ବାଚନୀ ଫଳାଫଳକୁ ଗ୍ରହଣ କରି ସାରିଥିବା ବସବରାଜ ବୋମାଇ ଖୁବ୍‌ ଶୀଘ୍ର ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। କର୍ଣ୍ଣାଟକାରେ ୨୮ ଲୋକସଭା ଆସନ ରହିଥିବାରୁ ଜାତୀୟ ରାଜନୀତିରେ ଏହା ବେଶ୍‌ ଗୁରୁତ୍ୱ ବହନ କରିଥାଏ।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଏଥିନିମନ୍ତେ ସବୁ ସ୍ତରରେ ନୂଆକୁ ଆପଣେବାକୁ ପଡ଼ିବ । ନୂଆ ଚିନ୍ତାଧାରାକୁ ଦଳରେ ସ୍ୱାଗତ କରିବାକୁ ପଡ଼ିବ । ଆସନ୍ତା ୩ରୁ ୬ ମାସ ମଧ୍ୟରେ ଦଳରେ ଆମୁଳଚୁଳ ଭାବେ ସବୁ ଅଦଳବଦଳ କରାଯିବ । ଫଳରେ ଲୋକସଭା ନିର୍ବାଚନୀ ଫଳାଫଳ ଆମ ସପକ୍ଷରେ ରହିବ ବୋଲି କହିଛନ୍ତି ବୋମାଇ ।

ଏହାବାଦ ବିପକ୍ଷ ନେତା କିଏ ହେବ ପଚରାଯିବାରୁ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମାନିନେବେ ବୋଲି କହିଛନ୍ତି ବୋମାଇ। ପଦ ରହୁ କି ନ ରହୁ ପାର୍ଟିର ଅଭିଯାନକୁ ଆଗକୁ ବଢ଼ାଇବି ବୋଲି ସେ ସ୍ପଷ୍ଟ କରିଛନ୍ତି।  

 କର୍ଣ୍ଣାଟକାର ବିଧାନସଭା ନିର୍ବାଚନର ସମୁଦାୟ ୨୨୪ ସିଟ୍‌ ମଧ୍ୟରୁ ବିଜେପି କେବଳ ୬୬ଟି ସିଟ୍‌ ହାସଲ କରିଥିବା ବେଳେ କଂଗ୍ରେସ ୧୩୫ ସିଟ୍‌ ହାସଲ କରି ବହୁମତ ହାସଲ କରିଛି।

ସୂଚନାଯୋଗ୍ୟ, ବିଜେପି ନିର୍ବାଚନର ଠିକ ପୂର୍ବରୁ ବିଏସ୍‌ ୟେଦ୍ୟୁରପ୍ପାଙ୍କୁ ହଟାଇ ବସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। କିନ୍ତୁ ବୋମାଇ ଲୋକମାନେ ଚାହୁଁଥିବା ବିକାଶ ଓ ଆଶାକୁ ପୂରଣ କରିବାରେ ବିଫଳ ହୋଇଥିବାରୁ ଦଳକୁ ହାରର ସମ୍ମୁଖୀନ ହେବାକୁ ପଡ଼ିଥିବା ରାଜନୈତିକ ବିଶ୍ଳେଷକ ମତ ପ୍ରକାଶ କରିଛନ୍ତି। 

Bjp Karnataka