Advertisment

ବଠିଣ୍ଡା ମିଲିଟାରୀ ଷ୍ଟେସନରେ ୪ ସୈନ୍ୟ ମୃତ୍ୟୁ ଘଟଣା, ବନ୍ଧା ହେଲେ ଜଣେ

ପୁଲିସ୍‌ ତଦନ୍ତ ପରେ ଅଭିଯୁକ୍ତ ଦେଶାଇ ମୋହନଙ୍କୁ ବାନ୍ଧିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି ।

author-image
Niharika Rout
bathinda-military-station

bathinda-military-station

ଗତ ୧୨ ତାରିଖରେ ପଞ୍ଜାବର ବଠିଣ୍ଡା ମିଲିଟାରୀ ଷ୍ଟେଶନରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଯବାନଙ୍କୁ ଗିରଫ କରିଛି ପୁଲିସ୍‌ । ଗିରଫ ହୋଇଥିବା ବ୍ୟକ୍ତି ଜଣେ ସେନା ବନ୍ଧୁକଧାରୀ ଓ ତାଙ୍କ ନାମ ଦେଶାଇ ମୋହନ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ନିଜ ଅପରାଧକୁ ସ୍ୱୀକାର କରି ସାରିଛି। ଗତ ୧୨ ତାରିଖରେ ସେନା ବେସ୍‌ରେ ହୋଇଥିବା ଗୁଳିକାଣ୍ଡରେ ୪ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା।

Advertisment

ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଦେଶାଇ ମୋହନ ହିଁ ବାରାକରୁ ୨ ଜଣଙ୍କୁ ବାହାରୁଥିବାର ଦେଖିଥିବା ମେଜର ଆଶୁତୋଷ ଶୁକ୍ଳାଙ୍କୁ କହିଥିଲେ। ସେ କହିଥିଲେ, ଯେ, ୨ ସାଧା ପୋଷାକ ମୁଖାଧାରୀ ମିଲିଟାରୀ ଷ୍ଟେଶନରୁ ବାହାରି ନିକଟସ୍ଥ ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଲାଗିଲେ। ଏଥିନିମନ୍ତେ ତାଙ୍କ ଉପରେ କାହାର ସନ୍ଦେହ ହୋଇ ନ ଥିଲା। ମାତ୍ର ପୁଲିସ୍‌ ତଦନ୍ତ ପରେ ଅଭିଯୁକ୍ତ ଦେଶାଇ ମୋହନଙ୍କୁ ବାନ୍ଧିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି ।

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଇଛନ୍ତି। ଏହି ଘଟଣାରେ ନିଖୋଜ INSAS ରାଇଫଲକୁ ଠାବ କରାଯାଇଥିବା ବେଳେ ସେଥିରୁ ୧୯ ରାଉଣ୍ଡ ଗୁଳି ଗାଏବ ହୋଇ ଯାଇଥିବା ଜଣାଯାଇଛି। ଏହାକୁ ପରୀକ୍ଷା ପାଇଁ ଫରେନସିକ୍‌ ଲାବରୋଟୋରୀକୁ ପଠାଇ ଦିଆଯାଇଛି।

Advertisment

ଗତ ୧୨ ତାରିଖ ଭୋର ସାଢେ ୪ଟା ବେଳେ ବଠିଣ୍ଡା ମିଲିଟାରୀ ଷ୍ଟେଶନରେ ଥିବା ବାରାକର ୨ଟି ରୁମ୍‌ ଭିତରୁ ୪ ଯବାନଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ପୁଲିସ୍‌ ଏହି ଘଟଣାର ତନାଘନା ତଦନ୍ତ ଆରମ୍ଭ କରି ଦେଶାଇ ମୋହନଙ୍କୁ ବାନ୍ଧିଛି।

Firing Military