Advertisment

ପ୍ରାଇଭେଟ ଫଟୋକୁ ଭାଇରାଲ କରି ପରସ୍ପର ଝଗଡ଼ା ଲାଗିଲେ ଦୁଇ ଅଫିସର

ଆଇଏଏସ ଓ ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ କର୍ଣ୍ଣାଟକ ପାୱାର କରିଡରରେ ହଟଚମଟ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
D Roopa Moudgil, Rohini Sindhuri

D Roopa Moudgil, Rohini Sindhuri

Advertisment

କର୍ଣ୍ଣାଟକ ଅମଲା ସଂଘରେ କମ୍ପନ। ଜଣେ ଆଇଏଏସ୍ ଓ ଜଣେ ଆଇପିଏସ ଅଫିସରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ କର୍ଣ୍ଣାଟକ ପାୱାର କରିଡରରେ ହଟଚମଟ ସୃଷ୍ଟି କରିଛି। ବ୍ୟକ୍ତିଗତ ମାମଲାକୁ ନେଇ ଏହି ଦୁଇ ଅଫିସରଙ୍କ ମଧ୍ୟରେ ଉପୁଜିଥିବା କଳହ ଏବେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ସମ୍ପୃକ୍ତ ୨ ଅଫିସରଙ୍କ ଅସଭ୍ୟ ଆଚରଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Advertisment

ରବିବାର ଆଇପିଏସ ଅଫିସର ଡି. ରୁପା ମୁଡଗିଲ ଜଣେ ଆଇଏଏସ ଅଫିସର ରୋହିଣୀ ସିନ୍ଧୁରୀଙ୍କ ପ୍ରାଇଭେଟ ଫଟୋକୁ ସୋଶାଲ ମିଡିଆରେ ଶେଆର କରିଥିଲେ। ଡି. ରୁପା ମୁଡଗିଲଙ୍କ ଅଭିଯୋଗ ଅନୁଯାୟୀ, ରୋହିଣୀ ସିନ୍ଧୁରୀ ହିଁ ତାଙ୍କ ପ୍ରାଇଭେଟ ଫଟୋକୁ ପ୍ରଥମେ ଜଣେ ପୁରୁଷ ଆଇଏଏସ ଅଫିସରଙ୍କ ନିକଟକୁ ପଠାଇ ସର୍ଭିସ ରୁଲ ଉଲ୍ଲଂଘନ କରିଛନ୍ତି। ଏହାକୁ ନେଇ ଉଭୟ ଡି. ରୁପା ମୁଡଗିଲ ଏବଂ ରୋହିଣୀ ସିନ୍ଧୁରୀଙ୍କ ମଧ୍ୟରେ ତୀବ୍ର କହଳ ଉପୁଜିଛି। ନିଜ ଫେସବୁକ୍‌ ଆକାଉଣ୍ଟରେ ଡି.ରୁପା ଆଇଏଏସ ଅଫିସର ରୋହିଣୀଙ୍କ ଗୋପନୀୟ ଫଟୋ ସବୁ ପୋଷ୍ଟ କରିଛନ୍ତି । ପୁର୍ବରୁ ରୋହିଣୀ ତାଙ୍କ ଫଟୋ ୩ ଜଣ ପୁରୁଷ ଆଇଏଏସ ଅଫିସରଙ୍କ ନିକଟକୁ ପଠାଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ବଦଲା ନେବାକୁ ଯାଇ ସେ ତାଙ୍କ ପ୍ରାଇଭେଟ ଫଟୋକୁ ଫେସବୁକରେ ଶେଆର କରିଛନ୍ତି। ଫେସବୁକରେ ପୋଷ୍ଟର ଦିନକ ପୂର୍ବରୁ ରୁପା ଆଇଏଏସ ସିନ୍ଦୂରୀଙ୍କ ବିରୋଧରେ ଯାବତୀୟ ଷଡ଼ନ୍ତ୍ରଯନ୍ତ୍ରର ଅଭିଯୋଗ ଆଣିଥିଲେ । 

ଅନ୍ୟପଟେ ଡ. ରୁପା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ ସେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରବିବାର ଚେତବାନୀ ଦେଇଥିଲେ। ଡ.ରୁପା ମୋ ସୋଶାଲ ମିଡିଆ ଆକାଉଣ୍ଟ ‌ଏବଂ ହ୍ୱାଟ୍‌ସଆପ ଅକାଉଣ୍ଟରୁ ବ୍ୟକ୍ତିଗତ ଫଟୋ ସଂଗ୍ରହ କରି ତାକୁ ଭାଇରଲ କରି ମୋର ସମ୍ମାନହାନୀ କରିଥିବା ସିନ୍ଦୂରୀ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି ଯେ ସେ ପୁଲିସ ମୁଖ୍ୟଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଜାଣିଛନ୍ତି।

Advertisment

ଆମେ ଚୁପ୍ ବସି ନାହୁଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁହେଁ ଯେଉଁଭଳି ଅଶୋଭନୀୟ ଆଚରଣ କରିଛନ୍ତି, ସାଧାରଣ ଲୋକେ ବି ସେମିତି କରନ୍ତି ନାହିଁ। ବ୍ୟକ୍ତିଗତ ଜୀବନରେ ସେମାନେ ଯାହା ଚାହିଁବେ କରିପାରିବେ। କିନ୍ତୁ ଗଣମାଧ୍ୟମରେ ଆସି ଏମିତି ଆଚରଣ ପ୍ରଦର୍ଶନ କରିବା ଠିକ୍ ନୁହେଁ।

ଡି. ରୁପା କର୍ଣ୍ଣାଟକ ହସ୍ତତନ୍ତ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଶ୍ରୀମତୀ ସିନ୍ଧୁରୀ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟ ବିଭାଗର କମିଶନର ଅଛନ୍ତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe