Advertisment

ବିବିସି ଉପରେ ତୃତୀୟ ଦିନରେ ଚଢ଼ଉ ଜାରି : ଘରୁ କାମ କରୁଛନ୍ତି କର୍ମଚାରୀ

ଯାଞ୍ଚ ଅଧିକାରୀମାନେ କର୍ମଚାରୀଙ୍କଠାରୁ ଆର୍ଥିକ ତଥ୍ୟ ଓ ବିଭିନ୍ନ କାଗଜପତ୍ର ସଂଗ୍ରହ କରୁଛନ୍ତି।

ଅଦ୍ୟତନ ହୋଇଛି
BCC

BBC

Advertisment

ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ଅଧିକାରୀମାନେ ଆଜି ତୃତୀୟ ଦିନରେ ବି ‘ବିବିସି’ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ତଲାସ ଜାରି ରଖିଛନ୍ତି। ଦିଲ୍ଲୀ ବିବିସି କାର୍ଯ୍ୟାଳୟର ପ୍ରାୟ ୧୦ ଜଣ ବରିଷ୍ଠ କର୍ମଚାରୀ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ପରଠାରୁ ଘରକୁ ଯାଇ ନାହାଁନ୍ତି । ଏକ ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଯାଞ୍ଚ ଅଧିକାରୀମାନେ କର୍ମଚାରୀଙ୍କଠାରୁ ଆର୍ଥିକ ତଥ୍ୟ ସଂଗ୍ରହ ଓ ବିଭିନ୍ନ କାଗଜପତ୍ର ସଂଗ୍ରହ କରୁଛନ୍ତି।

Advertisment

ଦିଲ୍ଲୀ ଅଫିସର ଜଣେ କର୍ମଚାରୀ କହିଛନ୍ତି ଯେ, ବିବିସସି ପକ୍ଷରୁ ନିତିଦିନିଆ ଭଳି ଖବର ସାଧାରଣ ଭାବେ ପ୍ରସାରଣ କରାଯାଉଛି। ଅନେକ କର୍ମଚାରୀ ୱାର୍କ ଫ୍ରମ ହୋମ୍‌ କରୁଛନ୍ତି। ପ୍ରସାରଣ ବିଭାଗକୁ ଛାଡ଼ି ବାକି ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ବିବିସି ଇ-ମେଲ୍‌ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୨ର ଭୟାବହ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବାଦୀୟ ଡକ୍ୟୁମେଣ୍ଟାରୀ ସିନେମା ତିଆରି ହେବା ପରେ ଆୟକର ଅଧିକାରୀମାନେ ବିବିସି କାର୍ଯ୍ୟାଳୟରେ ମଙ୍ଗଳବାର ଚଢ଼ଉ କରିଥିଲେ।

ମଙ୍ଗଳବାର ସାଢ଼େ ୧୧ଟା ବେଳେ ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ମିଳିତ ଭାବେ ଆରମ୍ଭ ହୋଇଥିବା ଏହି ରେଡ୍‌ ବର୍ତ୍ତମାନ ସୁଦ୍ଧା ୪୫ ଘଣ୍ଟାରୁ ଊଦ୍ଧ ବିତିଲାଣି।

Advertisment

ତେବେ ଏହି ଯାଞ୍ଚପ୍ରକ୍ରିୟା ଜାରି ରହିବ ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିବିସି ଉପରେ ରେଡ୍‌ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏହାକୁ ଏକ ସର୍ଭେ କହିଛି ଆୟକର ବିଭାଗ। ଆନ୍ତର୍ଜାତୀୟ ଟିକସ ସହ ଜଡିତ ତଥା ବହୁରାଷ୍ଟ୍ରୀୟ ନିଗମର ବିଭିନ୍ନ କ୍ଷେତ୍ରରେ ପାଣ୍ଠି କିପରି ଟ୍ରାନ୍ସଫର ହେଉଛି ତାହାର ଅନୁସନ୍ଧାନ ପାଇଁ ଏହି ସର୍ଭେ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।

BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe