Advertisment

ଲିଡ୍‌ ପ୍ରାୟୋଜକରୁ Byju's ଆଉଟ, ଏହି କମ୍ପାନୀର ନାଁ ଘୋଷଣା କଲା ବିସିସିଆଇ

ଏହାପରେ ଡିମ୍ର ୧୧ ଏହାର ସ୍ଥାନ ନେଇଛି। ଲିଡ୍‌ ପ୍ରାୟୋଜକ ପାଇଁ ବିସିସିଆଇ ସହ ଡ୍ରିମ ୧୧ ୩ ବର୍ଷର ଚୁକ୍ତି କରିଛି। ଅର୍ଥାତ ଟିମ ଇଣ୍ଡିଆ ପିନ୍ଧୁଥିବା ଜର୍ସିରେ ଏଣିକି ଡ୍ରିମ ୧୧ ଲେଖାହେବ।

author-image
Hemant Lenka
Team India

Team India

ଭାରତୀୟ କ୍ରିକେଟ ଟିମ୍‌ର ଲିଡ୍‌ ପ୍ରାୟୋଜକ ଦାୟିତ୍ୱରୁ Byju's ହଟିଛି। ଏଣିକି ଭାରତୀୟ ଦଳର ଲିଡ୍‌ ପ୍ରାୟୋଜକ ସାଜିବ ଫାଣ୍ଟାସୀ ସ୍ପୋର୍ଟସ ପ୍ଲାଟଫର୍ମ ଡ୍ରିମ ୧୧। Byju's ସହ ବିସିସିଆଇ କରିଥିବା କଣ୍ଟ୍ରାକ୍ଟ ଚଳିତ ବର୍ଷ ମାର୍ଚ୍ଚ ମାସରେ ଶେଷ ହୋଇଥିଲା।

Advertisment

ଏହାପରେ ଡିମ୍ର ୧୧ ଏହାର ସ୍ଥାନ ନେଇଛି। ଲିଡ୍‌ ପ୍ରାୟୋଜକ ପାଇଁ ବିସିସିଆଇ ସହ ଡ୍ରିମ ୧୧ ୩ ବର୍ଷର ଚୁକ୍ତି କରିଛି। ଅର୍ଥାତ ଟିମ ଇଣ୍ଡିଆ ପିନ୍ଧୁଥିବା ଜର୍ସିରେ ଏଣିକି ଡ୍ରିମ ୧୧ ଲେଖାହେବ।

ଜୁଲାଇ ୧୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ସିରିଜ୍‌ରେ ଭାରତ ପିନ୍ଧିବାକୁ ଥିବା ଜର୍ସିରେ ଡ୍ରିମ ୧୧ ଲେଖାଯିବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ୍‌ରୁ ଭାରତୀୟ ଦଳ ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଭିଯାନ ମଧ୍ୟ ଆରମ୍ଭ କରିବ।

Advertisment

ବସିସିଆଇ ସଭାପତି ରୋଜର ବିନ୍ନୀ କହିଛନ୍ତି, “ମୁଁ ଡ୍ରିମ ୧୧କୁ ଶୁଭେଚ୍ଛା ଜଣାଉଛି ଓ ସଂସ୍ଥାକୁ ପୁଣିଥରେ ବୋର୍ଡକୁ ସ୍ୱାଗତ କରୁଛି। ବିସିସିଆଇର ଅଫିସିଆଲ ପ୍ରାୟୋଜକରୁ ଡ୍ରିମ ୧୧ ଏବେ ଲିଡ୍‌ ପ୍ରାୟୋଜକ ବନିଛି। ଏହି ସମୟସୀମା ମଧ୍ୟରେ ବିସିସିଆଇ ଓ ଡ୍ରିମ ୧୧ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇଛି। ଭାରତୀୟ କ୍ରିକେଟ ଦେଉଥିବା ବିଶ୍ୱାସ, ମୂଲ୍ୟବୋଧ, ଦକ୍ଷତା ଓ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇପାରିଛି। ବିସିସିଆଇ ଓ ଡ୍ରିମ ୧୧ ମିଳିତ ଭାବେ ନିଜର ସମ୍ପର୍କରୁ ଆଉ ଗୋଟିଏ ସ୍ତରକୁ ନେବେ।”

୨୦୧୯ରେ Byju's ଲିଡ ପ୍ରାୟୋଜକ ଦାୟିତ୍ୱ ପାଇଥିଲା। ଏହାପୂର୍ବରୁ ଚାଇନିଜ ଫୋନ କମ୍ପାନୀ ଓପୋ ଭାରତୀୟ ଦଳକୁ ସ୍ପନସର କରୁଥିଲା। ପ୍ରଥମେ Byju's ୨୦୨୨ ମଧ୍ୟ ଚୁକ୍ତି କରିଥିଲା। ତେବେ ଏହାକୁ ପରବର୍ତ୍ତୀ ଅବସ୍ଥାରେ ୨୦୨୩ ଯାଏ ବୃଦ୍ଧି କରାଯାଇଥିଲା। ଏବେ କିନ୍ତୁ Byju'sର ସ୍ଥାନ ଡ୍ରିମ ୧୧ ନେଇଛି।

Bcci Team India Dream 11