Advertisment

ଜହ୍ଲାଦ ଧରମ ଭାଇ; ଧରମ ଭଉଣୀକୁ କାଟି ୬ ଖଣ୍ଡ କରିଦେଲା

ଜହ୍ଲାଦ ପାଲଟିଗଲା ଧରମ ଭାଇ ।  ଧରମ ଭଉଣୀଙ୍କ ବିଶ୍ୱାସରେ ବିଷ ଦେଲେ। ନିଜ ଘରେ ପରିବାର ଲୋକଙ୍କ ସହ ମିଶି ଗଳା କାଟି ତାଙ୍କ ହତ୍ୟାକଲେ।

ଅଦ୍ୟତନ ହୋଇଛି
Lady

Lady

Advertisment

ଜହ୍ଲାଦ ପାଲଟିଗଲେ ଧରମ ଭାଇ ।  ଧରମ ଭଉଣୀଙ୍କ ବିଶ୍ୱାସରେ ବିଷ ଦେଲେ। ନିଜ ଘରେ ପରିବାର ଲୋକଙ୍କ ସହ ମିଶି ଗଳା କାଟି ତାଙ୍କ ହତ୍ୟା କଲେ। ଏହାପରେ ମୃତଦେହକୁ ପିସ୍‌ ପିସ୍‌ କରି ବସ୍ତାରେ ବାନ୍ଧି ଖାଲକୁ ଫୋପାଡ଼ିଦେଲେ। 

Advertisment

ଏପରି ଏକ ବୀଭତ୍ସ କାଣ୍ଡ ରାଜସ୍ଥାନର ଯୋଧପୁରରେ ଘଟିଛି। ମୃତା ମହିଳାଜଣକ ହେଲେ ୫୦ ବର୍ଷୀୟା ଅନୀତା ଚୌଧୁରୀ। ସେ ଜଣେ ବ୍ୟୁଟିସିଆନ ଭାବେ କାମ କରୁଥିବା ବେଳେ ପ୍ରପଟି ଡିଲର ଭାବେ ମଧ୍ୟ କାମ କରୁଥିଲେ।

ପରିବାର ଦ୍ୱାରା ମହିଳାଙ୍କ ନିଖୋଜ ନେଇ ମାମଲା ରୁଜୁ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୩ ଦିନ ପରେ ପୁଲିସ୍‌ ମହିଳାଙ୍କ ଶବ ଜବତ କରିଛି।

Advertisment

ସରଦାରପୁର ଅଞ୍ଚଳରେ ନିଜ ପରିବାର ସହ ରହୁଥିବା ଅନୀତା ଏକ ବିୟୁଟି ପାର୍ଲର ଚଳାଉଥିଲେ। ମାତ୍ର ଗତ ୨୭ ତାରିଖରୁ ସେ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜରେ ଅନୀତା ଗତ ୨୭ ତାରିଖରେ ଏକ ଟ୍ୟାକ୍ସରେ କେଉଁଆଡ଼େ ଯାଉଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ କାର୍ ଚାଳକଙ୍କୁ ଖୋଜାଖୋଜି କରି ତାଙ୍କୁ ପଚରାଉଚରା କରିଥିଲା।

ଯାଞ୍ଚ ବେଳେ ଜଣାପଡ଼ିଥିଲା ପାର୍ଲର ନିକଟ ଏକ ଘର ପାଖରେ କାର୍‌ ଅଟକିଥିଲା। ଉକ୍ତ ଘରଟି ଅନୀତାଙ୍କ ଧରମ ଭାଇ ଗୁଲାମୁଦ୍ଦିନଙ୍କର ବୋଲି ଜଣାଯାଇଛି। ମାତ୍ର ଗୁଲାମୁଦ୍ଦିନ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା।

ବହୁ ପଚରାଉଚରା ପରେ ଗୁଲାମୁଦ୍ଦିନଙ୍କ ପରିବାର ଲୋକେ କହିଥିଲେ ଯେ ସେମାନେ ଅନୀତାଙ୍କୁ ହତ୍ୟା କରି ୬ ଖଣ୍ଡ କରି ଦେଇଥିଲେ। ଏହାପରେ ତାହାକୁ ବସ୍ତାରେ ଭର୍ତ୍ତି କରି ପାଖରେ ଥିବା ୧୦ ଫୁଟ ଗଭୀରକୁ ଫୋପାଡ଼ି ଦେଇଥିବା ମାନିଥିଲେ। 

ଏହାପରେ ପୁଲିସ୍‌ ଖୋଜାଖୋଜି କରି ୧୦ ଫୁଟ ଖାଇରୁ ବସ୍ତା ଉଦ୍ଧାର କରିଥିଲା। ଏହାପରେ ବସ୍ତା ଖୋଲିବା ପରେ ସେଥିରୁ ମହିଳାଙ୍କ ହାତ, ଗୋଡ଼, ବେକ କଟା ଅବସ୍ଥାରେ ପଶା ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ୍‌ ତାଙ୍କୁ ଖୋଜି ବାହାର କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ତେବେ ଏପରି ବୀଭତ୍ସ ହତ୍ୟାକାଣ୍ଡ ପଛର କାରଣ ଜଣା ନାହିଁ।

Murder Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe