Advertisment

Bee Swarm Kills: କ୍ରିକେଟ ମ୍ୟାଚ୍‌ ବେଳେ ଅଘଟଣ: ମହୁ ମାଛି ଆକ୍ରମଣରେ ଚାଲିଗଲା ଅମ୍ପାୟାରଙ୍କ ଜୀବନ

ମୃତ ଅମ୍ପାୟାର ଜଣଙ୍କ ହେଲେ ୬୫ ବର୍ଷୀୟ ମାଣିକ ଗୁପ୍ତା। ସେ କାନପୁର କ୍ରିକେଟ ଆସୋସିଏସନ ସହ ଜଡ଼ିତ। ସେ ଷ୍ଟାଡିୟମରେ ଚାଲିଥିବା ଅଣ୍ଡର ୧୩ କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାରିଂ କରୁଥିବା ବେଳେ ମହୁ ମାଛି ଆକ୍ରମଣରେ ଆଖି ବୁଜିଛନ୍ତି।

Kanpur

ପ୍ରାଣ ହରାଇଥିବା ଅମ୍ପାୟାର (ଫାଇଲ ଫଟୋ)

Advertisment

କ୍ରିକେଟ ମ୍ୟାଚ୍‌ ବେଳେ ପଡ଼ିଆରେ ଘଟିଛି ଅଘଟଣ। ମ୍ୟାଚ୍‌ ଚାଲଥିବା ବେଳେ ଶତାଧିକ ମହୁ ମାଛି ଅତିର୍କିତ ଭାବେ ପଡ଼ିଆରେ ଥିବା ଖେଳାଳି ଓ ଅମ୍ପାୟାରଙ୍କୁ କରିଛନ୍ତି ଆକ୍ରମଣ। ମହୁ ମାଛି ଆକ୍ରମଣ(Bees Attack)ରେ ମ୍ୟାଚ୍‌ ପରିଚାଳନା କରୁଥିବା ଅମ୍ପାୟାରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଖେଳାଳିଙ୍କ ସମେତ ଶତାଧିକ ଦର୍ଶକ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି। 

Advertisment

ଉତ୍ତର ପ୍ରଦେଶର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ମୃତ ଅମ୍ପାୟାର ଜଣଙ୍କ ହେଲେ ୬୫ ବର୍ଷୀୟ ମାଣିକ ଗୁପ୍ତା। ସେ କାନପୁର କ୍ରିକେଟ ଆସୋସିଏସନ ସହ ଜଡ଼ିତ। ସେ ଷ୍ଟାଡିୟମରେ ଚାଲିଥିବା ଅଣ୍ଡର ୧୩ କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାରିଂ କରୁଥିବା ବେଳେ ମହୁ ମାଛି ଆକ୍ରମଣରେ ଆଖି ବୁଜିଛନ୍ତି।

ମ୍ୟାଚ୍‌ ଚାଲିଥିବା ବେଳେ ମହୁ ମାଛି ଆକ୍ରମଣ କରିବାରୁ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସେମାନେ ଜୀବନ ବିକଳରେ ସୁରକ୍ଷିତ ସ୍ଥାନକୁ ଦୌଡ଼ିବାକୁ ଲାଗିଥିଲେ। ଅମ୍ପାୟାର ଗୁପ୍ତା ମଧ୍ୟ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରିଥିଲେ ହେଁ ମହୁ ମାଛି ପଲ ତାଙ୍କୁ ଝୁଣି ପକାଇଥିଲେ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଆଉ ଗୋଟିଏ ଅତ୍ୟାଧୁନିକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। 

ମ୍ୟାଚ୍‌ ପରିଚାଳନା କରୁଥିବା ଆଉ ଜଣେ ଅମ୍ପାୟାର ହେଉଛନ୍ତି ଜଗଦୀଶ ଶର୍ମା। ସେ ମଧ୍ୟ ମହୁ ମାଛି ଆକ୍ରମଣରେ ଆହତ ହୋଇଛନ୍ତି। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ସେ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆହତ ହୋଇଥିବା ଆଉ କିଛି ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି। 

ଶ୍ରୀ ଗୁପ୍ତା ପ୍ରାୟ ୩୦ ବର୍ଷ ଧରି କାନୁପର କ୍ରିକେଟ ଆସୋସିଏସନ ସହ ଜଡ଼ିତ ହୋଇ ରହିଥିଲେ। ସେ ଶତାଧିକ ଆଞ୍ଚଳିକ ମ୍ୟାଚ୍‌କୁ ସଫଳତାର ସହ ପରିଚାଳନା କରିଥିଲେ। ଏବେ ମହୁ ମାଛି ଆକ୍ରମଣ ଯୋଗୁ କ୍ରିକେଟ ପଡ଼ିଆରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। 

ଏହାପୂର୍ବରୁ ୨୦୧୯ ଭାରତ ଏ ଓ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଚାଲିଥିବା ଥିରୁଅନନ୍ତପୁରମ ଦିନିକିଆରେ ମହୁ ମାଛି ଆକ୍ରମଣ ହୋଇଥିଲା। ଏଥିଯୋଗୁ ମ୍ୟାଚ୍‌କୁ କିଛି ସମୟ ବନ୍ଦ କରାଯାଇଥିଲେ ହେଁ କେହି ବି ମୃତାହତ ହୋଇ ନଥିଲେ। 

Bees Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe