/odisha-reporter/media/post_attachments/uploadimage/library/16_9/16_9_0/Beer_1714038147.jpg)
Beer
ବର୍ତ୍ତମାନ ଦେଶରେ ନିର୍ବାଚନ ଋତୁ ଚାଲିଛି। ନିର୍ବାଚନ ସହ ପ୍ରବଳ ଖରା ମଧ୍ୟ ହେଉଛି। ଏହି ନିର୍ବାଚନ ଓ ପ୍ରବଳ ଖରାରେ ବିୟର ଚୋରା ଚାଲାଣ ମଧ୍ୟ ହୁହୁ ହୋଇ ବଢ଼ି ଚାଲିଛି।
ଲୋକଙ୍କୁ ଚୋରାରେ ବଣ୍ଟା ଯାଉଛି ବିୟର। ଦିଲ୍ଲୀ ପୁଲିସ୍ର ଅବାକରୀ ତଥ୍ୟରୁ ଏହାର ସୂଚନା ମିଳିଛି। ଦିଲ୍ଲୀ ପୁଲିସ୍ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଚୋରା ଚାଲାଣ ହେଉଥିବା ୫,୯୬୫ ବିୟର ବୋତଲ ଜବତ କରି ସାରିଲାଣି। ଗତବର୍ଷ ଏହି ସଂଖ୍ୟା ୨,୧୧୭ ରହିଥିଲା।
କେବଳ ବିୟର ନୁହେଁ, ଦେଶୀ ମଦ ଜବତ କରାଯିବା ଘଟଣା ମଧ୍ୟ ବୃଦ୍ଧି ପାଇଛି। ପୁଲିସ୍ ୧,୨୩,୪୭୯ଟି ଦେଶୀ ମଦ ବୋତଲ ଜବତ କରିସାରିଲାଣି। ଗତବର୍ଷ ପୁଲିସ୍ ୧,୧୭,୯୯୮ଟି ଦେଶୀ ମଦ ବୋତଲ ଜବତ କରିଥିଲା।
ପୁଲିସ୍ କହିଛି ଯେ ବର୍ତ୍ତମାନ ଦିଲ୍ଲୀରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରିବେଶକୁ ଭୟ ମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ନିୟମିତ ପ୍ୟାଟ୍ରୋଲିଂ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି।
ସଂଗଠିତ ଅପରାଧ ସହ ବେଆଇନ ମଦ କାରବାର ରୋକିବା ପାଇଁ ଏକାଧିକ ଟିମ କାମ କରୁଛନ୍ତି। ଉକ୍ତ ଟିମ ଗୁଇନ୍ଦା ତଥ୍ୟ ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏପରି କାର୍ଯ୍ୟରେ ଲିପ୍ତ ଅପରାଧୀଙ୍କୁ ଧରୁଛନ୍ତି। ବେଆଇନ ମଦ ବିକ୍ରି ରୋକିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କହିଛି।
ତଥ୍ୟ ଅନୁସାରେ, ଚଳିତ ବର୍ଷ ଅବକାରୀ ଆଇନ ଅନୁସାରେ ୧୩୮୨ଟି ମାମଲା ରୁଜୁ ହୋଇଛି। ସେହିପରି ପୁଲିସ ୧୩୬୩ଟି ମାମଲାର ସମାଧାନ କରିଛି ଓ ୧୪୦୦ରୁ ଅଧିକ ମଦ କାରବାରୀଙ୍କୁ ଗିରଫ କରିଛି। ପୁଲିସ୍ ଦେଶରେ ତିଆରି କରାଯାଉଥିବା ୩,୬୬୯ଟି ବିଦେଶୀ ମଦ ବୋତଲ ଜବତ କରିଛି।
ପୁଲିସ୍ ଫିଲ୍ମ ଷ୍ଟାଇଲନରେ ମଦ ଜବତ କରୁଛି। ପ୍ରଥମେ କିଛି ପୁଲିସ୍ ଗ୍ରାହକ ବେଶରେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନକୁ ଯାଉଛନ୍ତି। ସେଠାରେ ସ୍ଥିତି ଯାଞ୍ଚ କରିବା ପରେ ପୁଲିସ୍ ସଦଳବଳେ ଚଢ଼ଉ କରୁଛି ବୋଲି ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
