Advertisment

କୋର୍ଟରେ ହାଜର ପୂର୍ବରୁ ବିଗିଡ଼ିଲା ଅତିକ ଅହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା

ଉମେଶ ପାଲ ହତ୍ୟା ଘଟଣାରେ ଆଜି ଅତିକ ମହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ସିଜେଏମ୍‌ କୋର୍ଟରେ ହାଜର କରାଯିବ । ହେଲେ କୋର୍ଟରେ ହାଜର ହେବା ପୂର୍ବରୁ ଅତିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

ଅଦ୍ୟତନ ହୋଇଛି
Atik Ahmed

Atik Ahmed

Advertisment

ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାର ଦୋଷୀ ଅତିକ ଅହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯାଇଛି। ଆଜି  ପ୍ରୟାଗରାଜ ସିଜେଏମ୍‌ କୋର୍ଟରେ ହାଜର ହେବା ପୂର୍ବରୁ ଅତିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।  ତାଙ୍କ ରକ୍ତଚାପ ବଢ଼ି ଯାଇଥିବା ବେଳେ ଡାକ୍ତରମାନେ ତାଙ୍କ ଚିକିତ୍ସା ଆରମ୍ଭ କରିଥିବା ଜଣାଯାଇଛି। 

Advertisment

ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ସାଂସଦ ଅତିକ ମହମ୍ମଦଙ୍କୁ ବୁଧବାର ସନ୍ଧ୍ୟାରେ ସାବରମତୀ ଜେଲ୍‌ରୁ ପ୍ରୟାଗରାଜସ୍ଥିତ ସେଣ୍ଟ୍ରାଲ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଉମେଶ ପାଲ ହତ୍ୟା ଘଟଣାରେ ଆଜି ଅତିକ ମହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ସିଜେଏମ୍‌ କୋର୍ଟରେ ହାଜର କରାଯିବ । ଉଭୟ ଭାଇ ଗତକାଲି ରାତିରେ ପ୍ରୟାଗରାଜସ୍ଥିତ ସେଣ୍ଟ୍ରାଲ ଜେଲ୍‌ରେ ଥିବା ବେଳେ ସେମାନଙ୍କ ସେଲ୍‌ କିନ୍ତୁ ଅଲଗା ଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ତ ଦୂରର କଥା, ଦେଖାସାକ୍ଷାତ ଯେପରି ନ ହୋଇ ପାରିବ ସେଥିନିମନ୍ତେ ଜେଲ୍‌ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ହେଲେ କୋର୍ଟରେ ହାଜର ହେବା ପୂର୍ବରୁ ଅତିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଅତ୍ୟଧିକ ଗରମ ହେତୁ ଗତ ରାତିରେ ଠିକ୍‌ ଭାବେ ଶୋଇ ପାରି ନ ଥିବାରୁ ଅସୁସ୍ଥତା ଅନୁଭବ କରୁଥିବା ଅତିକ ଅହମ୍ମଦ ଡାକ୍ତରଙ୍କୁ କହିଥିବା ଜଣାଯାଇଛି।

Advertisment

ପ୍ରୟାଗରାଜଙ୍କ ସିଜେଏମ୍ କୋର୍ଟରେ ଆଜି ଅତିକ ଅହମ୍ମଦଙ୍କୁ ହାଜର କରାଯିବା ପୂର୍ବରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  କୋର୍ଟ ଚାରିପଟେ ବ୍ୟାରିକେଡ୍ କରାଯାଇଛି। ଆଜି ଉଭୟ ଅତିକ ଓ ଅଶରଫଙ୍କୁ କୋର୍ଟରେ ହାଜର କରାଯିବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଭିନ୍ନ ଭିନ୍ନ ପୁଲିସ୍‌ ଭ୍ୟାନ୍‌ରେ କୋର୍ଟ ନିଆଯିବ ବୋଲି ଜଣାଯାଇଛି। କେବଳ ଅଭିଯୁକ୍ତ ଏବଂ ଏହି ମାମଲା ସହ ଜଡିତ ଓକିଲଙ୍କୁ ହିଁ ଆଜି କୋର୍ଟରେ ପ୍ରବେଶ ଅନୁମତି ମିଳିଛି। ଗଣମାଧ୍ୟମ ପ୍ରତିନିଧୀଙ୍କ ସମେତ ଏବଂ ଅନ୍ୟ ଓକିଲଙ୍କ କୋର୍ଟ ପ୍ରବେଶ ଉପରେ ଆଜି କଟକଣା ଲାଗୁ କରାଯାଇଛି। 

ଆଜି କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ରିମାଣ୍ଡ ମିଳିଲେ ପୁଲିସ୍‌ ଉମେଶ ପାଲ ମର୍ଡର କେସ୍‌ ସମ୍ପର୍କରେ ଅତିକ ଓ ଅଶରଫଙ୍କୁ ପଚରାଉଚରା କରିବା ସହ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଶନ କରିବାର ଯୋଜନା ଥିବା ଜଣାଯାଇଛି। 

ସୂଚନାଯୋଗ୍ୟ, ୨୦୦୫ ମସିହାରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀୟ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଏହି ହତ୍ୟାକାଣ୍ଡର ସାକ୍ଷୀ ଥିଲେ। ମାତ୍ର  ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ତାଙ୍କୁ ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ପ୍ରୟାଗରାଜର ଘୁମନଗଞ୍ଜ ଥାନାରେ ମାଫିଆ ଅତିକ ଅହମ୍ମଦ, ତାର ଭାଇ ଅଶରଫ, ପତ୍ନୀ ସାଇସ୍ତା ପରବିନ, ଦୁଇ ପୁଅ, ସହଯୋଗୀ ଗୁଡ୍ଡୁ ମୁସଲିମ ଏବଂ ଅନ୍ୟ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। 

Umesh Pal Case Atiq Ahmed Umesh Pal Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe