Advertisment

ନାମାଙ୍କନ ପୂର୍ବରୁ ଦଶାଶ୍ୱମେଧ ଘାଟରେ ପୂଜା କଲେ ମୋଦି

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଆଜି ମୋଦି ବାରଣାସୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଛନ୍ତି।

Modi offered prayer

Modi offered prayer

Advertisment

ଆଜି ବାରଣାସୀରେ ନାମାଙ୍କନ ଦାଖଲ କରିବେ ମୋଦି। ତେବେ ଏହାପୂର୍ବରୁ ଗଙ୍ଗାରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରଣାସୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଛନ୍ତି।

Advertisment

ଆଜି ପ୍ରଧାନମନ୍ତ୍ରୀଙ୍କ ପାଇଁ ହେଉଛି ସବୁଠୁ ବଡ଼ ଦିନ। ସେ ୧୧ଟା ୪୦ ମିନିଟରେ ନାମାଙ୍କନ ଭରିବା ନେଇ ସୂଚନା ମିଳିଛି। ପିଏମ୍ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିବେ।

୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ରହିବେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ନାମାଙ୍କନ ଦାଖଲ ପରେ ରୁଦ୍ରାକ୍ଷ କନଭେନସନ ସେଣ୍ଟର ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ ମୋଦି।

Advertisment

ଗତକାଲି ନରେନ୍ଦ୍ର ମୋଦି ବାରାଣାସୀରେ ବିରାଟ ରୋଡ ଶୋ କରିଥିଲେ। ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରଣାସୀରେ ଭୋଟ୍ ପଡ଼ିବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ୭ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ତାରିଖ ରହିଛି।

PM Modi Varanasi Loksabha Election 2024 Nomination
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe