Advertisment

ବିଧାୟକଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ, କହିଲେ- ମୁଁ ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ

ପାଖେଇ ଆସିଲାଣି ହରିୟାଣା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜଣେ ବିଧାୟକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।

Accused MLA

Accused MLA

Advertisment

ପାଖେଇ ଆସିଲାଣି ହରିୟାଣା ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜଣେ ବିଧାୟକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ମହିଳା ବିଧାୟକ ରାମନିବାସ ସୁରଜାଖେଡାଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏହି ଅଭିଯୋଗ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ତଦନ୍ତ ପାଇଁ ଗଠିତ ହୋଇଛି SIT କମିଟି। ତେବେ ଏନେଇ ବିଧାୟକଜଣକ ସୋଶାଲ ମିଡିଆରେ ନିଜ ସଫେଇ ଦେଇ ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତତ ଥିବା କହିଛନ୍ତି।

Advertisment

ଜନନାୟକ ଜନତା ପାର୍ଟି ( ଜେଜେପି) ବିଧାୟକ ଥିବା ରାମନିବାସ ସୁରଜାଖେଡା କିଛି ଦିନ ପୂର୍ବେ ଦଳରୁ ଇସ୍ତଫା ଦେଇଛନ୍ତି। ଆସନ୍ତା ୧ ତାରିଖରେ ସେ ବିଜେପିରେ ମିଶିବେ। ମାତ୍ର ଏହା ପୂର୍ବରୁ ତାଙ୍କ ନାମରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ତାଙ୍କ ବିରୋଧରେ ଏକ ସାଂଘାତିକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ଦୁଇ ଦିନ ପୂର୍ବେ ପଞ୍ଜାବର ଜଣେ ମହିଳା ବିଧାୟକ ରାମନିବାସଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ରାମନିବାସ ଓ ତାଙ୍କ ପିଏ ବିନୋଦଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ପୂର୍ବେ ୨୦୨୧ ମସିହାରେ ଚାକିରି ଦେବା ବାହାନାରେ ସୁରଜାଖେଡ଼ା ତାଙ୍କ ଯୌନ ଶୋଷଣ କରିଥିଲେ।

Advertisment

ଏହି ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହାର ତଦନ୍ତ ପାଇଁ SIT ଟିମ୍‌ ଗଠିତ ହୋଇଛି। ଜଣେ ମହିଳା ଡିସିପି ଏହାର ନେତୃତ୍ୱ ନେଉଛନ୍ତି। ମହିଳାଜଣକ ଗତ ମାର୍ଚ୍ଚ ମାସରେ ବିଧାୟକଙ୍କ ବିରୋଧରେ ପଟିଆଲା ଥାନାରେ ମାମଲା ରୁଜୁ କରିଥିଲେ। ମାତ୍ର ପରେ ଆପୋଷ ବୁଝାମଣା ହୋଇଥିଲା। ତେବେ ଏଥିପାଇଁ କିଏ ଚାପ ପକାଇଥିଲା କି ନାହିଁ ତାହାର ତଦନ୍ତ ହେଉଛି।

ବିଧାୟକ ରାମନିବାସ ସୁରଜାଖେଡା ବିଜେପିରେ ମିଶିବା ପୂର୍ବରୁ ବିବାଦ ଘେରରେ ସେ ଫଶି ଯାଇଛନ୍ତି। ଏହା ଉପରେ ନିଜ ସଫେଇ ଦେଇ ସେ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି, ନିର୍ବାଚନ ପୂର୍ବରୁ ମୋ’ ବିରୋଧରେ ଏପରି ଷଡଯନ୍ତ୍ର କରି ମୋତେ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି। ମୁଁ ଅଗ୍ନି ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମାତ୍ର ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ଅନୁରୋଧ କରୁଛି।

Rape Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe