Advertisment

ଗାଁରେ ପଶିଲା ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌; ଜବତ କଲା କୋଟିଏ ଟଙ୍କା

ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଗଲା। ଏଟ୍ଟାରାଇ ଗାଁର ଏକ ଘରୁ ବ୍ୟାଗରେ ଭର୍ତ୍ତି ହୋଇଥିବା କୋଟିଏ ଟଙ୍କା ଜବତ ହୋଇଛି।

Police

Police

Advertisment

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆକ୍ସନ ମୁଡକୁ ଆସିଗଲାଣି ଫ୍ଲାଇଂ ସ୍କ୍ୱାର୍ଡ । ସହରଠୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୋରଦାର ହେଲାଣି ଚଢ଼ାଉ। ଗତକାଲି ରାତିରେ ତାମିଲନାଡ଼ୁର ଏକ ଗାଁରେ ଚଢ଼ାଉ କରି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌ କୋଟିଏ ଟଙ୍କା ଜବତ କରିଛି।

Advertisment

ତାମିଲନାଡ଼ୁର ତିରୁଚିରାପଲ୍ଲିର ଏଟ୍ଟାରାଇ ଗାଁରେ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାହା ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଗଲା। ଏଟ୍ଟାରାଇ ଗାଁର ଏକ ଘରୁ ବ୍ୟାଗରେ ଭର୍ତ୍ତି ହୋଇଥିବା କୋଟିଏ ଟଙ୍କା ଜବତ ହୋଇଛି।

ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ଜିଲ୍ଲା କଲେକ୍ଟର ପ୍ରଦୀପ କୁମାର କହିଛନ୍ତି, ନିର୍ବାଚନୀ ନିୟନ୍ତ୍ରଣ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା। ଏହାପରେ ଟିମ୍‌ ପକ୍ଷରୁ ତୁରନ୍ତ ଏଟ୍ଟାରାଇ ଗାଁରେ ଚଢ଼ାଉ କରାଯାଇ ଏକ ବ୍ୟାଗରୁ କୋଟିଏ ଟଙ୍କା ଜବତ କରାଯାଇଛି।

Advertisment

ଏତେ ଟଙ୍କା କେଉଁ ଆଡ଼ୁ ଆସିଲା, ଆୟକର ଅଧିକାରୀ ତାହାର ଯାଞ୍ଚ କରୁଥିବା ବେଳେ ଏହା କାହାର ଓ କେଉଁ ଉଦ୍ଦେଶ୍ୟରେ ରଖା ଯାଇଥିବା ତାହାର ଯାଞ୍ଚ ଚାଲିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତାମିଲନାଡ଼ୁର ୩୯ ଲୋକସଭା ନିର୍ବାଚନ ନିମନ୍ତେ ଆସନ୍ତା ୧୯ ଏପ୍ରିଲରେ ମତଦାନ ହେବ । ଭୋଟ ଗଣତି ଆସନ୍ତା ୪ ତାରିଖରେ ହେବ ।

Tamilnadu Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe