Advertisment

ରେଜଲ୍ଟ ପୂର୍ବରୁ ଚଡ଼କ, କଂଗ୍ରେସର ୫ ବରିଷ୍ଠ ନେତା ନିଲମ୍ବିତ

ଏହି ସମସ୍ତ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

author-image
Madhupriya Mistry
Congress

Congress

ଆଜି ଅସିବ ଲୋକସଭା ନିର୍ବାଚନର ରେଜଲ୍ଟ। ତେବେ ଏହା ପୂର୍ବରୁ କିଛି କଂଗ୍ରେସ ନେତାଙ୍କ ଉପରେ ଚଡକ ପଡିଛି। ଚଣ୍ଡିଗଡ କଂଗ୍ରେସର କିଛି ବିରୋଧୀ ନେତାଙ୍କ ଉପରେ ନିଆଯାଇଛି ବଡ କାର୍ଯ୍ୟାନୁଷ୍ଠାନ।

Advertisment

ଚଣ୍ଡିଗଡ କଂଗ୍ରେସର ୫ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ସେହିପରି ୫ ଜଣ ପଦାଧିକାରୀଙ୍କୁ ତାଙ୍କ ପଦରୁ ମୁକ୍ତ କରାଯାଇଛି। ଟିକେଟ୍‌ ନପାଇ ଏ ସମସ୍ତ ପଦାଧିକାରୀ ଅସନ୍ତୁଷ୍ଠ ଥିଲେ। ଏହି ସମସ୍ତ ଅଧିକାରୀଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଦଳରୁ ବହିଷ୍କାର କରାଯାଇଛି।

ଏ ସମସ୍ତ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପବନ ବଂସଲଙ୍କ ଘନିଷ୍ଠ ଥିଲେ ବୋଲି କୁହାଯାଉଛି। ଏଥିମଧ୍ୟରୁ ଅଧିକାଂଶ ସ୍ଥାନୀୟ କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ ଟିକେଟ୍ ଦିଆଯିବା ପରଠାରୁ ବିରୋଧ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ପବନ ବଂସଲ ମଧ୍ୟ ନିର୍ବାଚନ ବେଳେ ଦଳୀୟ ପ୍ରଚାର ଠାରୁ ଦୂରେଇ ରହିଥିଲେ। 

Advertisment
LokSabha Election Results 2024 Election Results 2024