Advertisment

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ କାଠ ନଥିଲା, ବେଞ୍ଚ ଜାଳି ଦେଲେ

ବିଇଓ କହିଛନ୍ତି ଭାଇରାଲ ଭିଡିଓଗୁଡ଼ିକୁ ଯାଞ୍ଚ କରାଯାଉଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

author-image
Jitendra Garnayak
Fire

Fire

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଜାଳେଣି କାଠ ନଥିଲା। ତେଣୁ ସ୍କୁଲର କିଛି କାଠ ବେଞ୍ଚକୁ ଭାଙ୍ଗି ତାକୁ ଜାଳେଣି ଭାବେ ବ୍ୟବହାର କରିଥିଲେ ପାଚିକା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସରକାର ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ।

Advertisment

ଘଟଣାଟି ଘଟିଛି ବିହାରର ପାଟନା ଜିଲ୍ଲାର ବିହତା ବ୍ଲକର ଏକ ସ୍କୁଲରେ। ଭାଇରାଲ ହୋଇଥିବା ଭିଡିଓରେ ପାଚିକାମାନେ ବେଞ୍ଚଗୁଡ଼ିକୁ ଭାଙ୍ଗି ଜାଳେଣି ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବିହାର ସରକାରଙ୍କ ଶିକ୍ଷା ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପାଚିକାମାନେ ସଫେଇ ଦେଇ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ଜାଳେଣି କାଠ ନଥିଲା। ତେଣୁ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସବିତା କୁମାରୀ ସେମାନଙ୍କୁ ବେଞ୍ଚ ଭାଙ୍ଗି ଜାଳେଣି ଭାବେ ବ୍ୟବହାର କରିବାକୁ କହିଥିଲେ।

Advertisment

ଜଣେ ପାଚିକା କହିଛନ୍ତି ଯେ ସେହି ଶିକ୍ଷୟିତ୍ରୀ ଜଣଙ୍କ ବେଞ୍ଚ ଜଳା ଯାଉଥିବାର ଦୃଶ୍ୟକୁ ମୋବାଇଲ୍ ଫୋନ୍‌ରେ ଉତ୍ତୋଳନ କରିଥିଲେ, ଯାହା ପରେ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଶିକ୍ଷୟିତ୍ରୀ ସବିତା କୁମାରୀ ଖଣ୍ଡନ କରିଛନ୍ତି। ଏଥିପାଇଁ ସେ ସ୍କୁଲର ପ୍ରଧାନଶିକ୍ଷକଙ୍କ ଉପରେ ଦୋଷ ଲଦିଛନ୍ତି। ସେ ଦାବି କରିଛନ୍ତି ଯେ ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ ବେଞ୍ଚ ଗୁଡ଼ିକୁ ଜାଳେଣି ଭାବେ ବ୍ୟବହାର କରାଯାଇଥିଲା।

ଶିକ୍ଷୟିତ୍ରୀ ସବିତା କୁମାରୀଙ୍କ ଅଭିଯୋଗକୁ ପ୍ରଧାନଶିକ୍ଷକ ପ୍ରବୀଣ କୁମାର ରଞ୍ଜନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ମାନବୀୟ ତ୍ରୁଟି ଥିଲା। ପାଚିକାମାନେ ପାଠ ପଢ଼ି ନାହାନ୍ତି। ସେମାନେ ଅଶିକ୍ଷିତ। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ଆମ ସ୍କୁଲରେ ଗ୍ୟାସରେ ମଧ୍ୟାହ୍ନ ଭୋଜନ ରୋଷେଇ ହୁଏ। ଘଟଣା ଦିନ ବହୁତ ଶୀତ ହେଉଥିଲା। ସେଥିରୁ ରକ୍ଷା ପାଇବା ପାଇଁ ପାଚିକାମାନେ କାଠ ବେଞ୍ଚ ଭାଙ୍ଗି ଜାଳେଣି ଭାବେ ବ୍ୟବହାର କରିଥିଲେ।

ବିଇଓ କହିଛନ୍ତି ଭାଇରାଲ ଭିଡିଓଗୁଡ଼ିକୁ ଯାଞ୍ଚ କରାଯାଉଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।