Advertisment

ବେଙ୍ଗଲ ଦୁଷ୍କର୍ମ ବିରୋଧୀ ବିଲ୍; କ'ଣ ରହିଛି ଦଣ୍ଡ ବ୍ୟବସ୍ଥା?

ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ପାଇଁ ବେଙ୍ଗଲ ସରକାର ଆଣିଛନ୍ତି 'ଅପରାଜିତା' ବିଲ୍।

author-image
Debibandita Barick
ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

ମହିଳା ବିରୋଧୀ ଅପରାଧିକ ମାମଲା ବୃଦ୍ଧି ପାଇବା ମଧ୍ୟରେ ଐତିହାସିକ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର। ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ନିର୍ଯାତନା ଓ ହତ୍ୟା ଭଳି ପାଶବୀୟ ଅପରାଧକୁ ରୋକିବା ପାଇଁ ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଛି ଦୁଷ୍କର୍ମ ବିରୋଧୀ ବିଲ୍, ଯାହାର ନାଁ 'ଅପରାଜିତା' ରଖାଯାଇଛି।

Advertisment

ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ। ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର 21 ଦିନ ମଧ୍ୟରେ ଶେଷ ହେବ ଏବଂ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ। ଏହା ବ୍ୟତୀତ ଅପରାଜିତା ବିଲରେ ଆଉ କି କି ନିୟମ ରହିଛି, ଜାଣନ୍ତୁ...

  • ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ।
  • ଚାର୍ଜସିଟ୍ ଦାଖଲ କରିବାର 36 ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା।
  • 21 ଦିନ ମଧ୍ୟରେ ତଦନ୍ତ ଶେଷ ହେବ।
  • ଅପରାଧୀଙ୍କୁ ସାହାଯ୍ୟ କରିଥିଲେ 5 ବର୍ଷ କାରାଦଣ୍ଡ।
  • ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ଆପରାଜିତା ଟାସ୍କ ଫୋର୍ସ ଗଠନ ପାଇଁ ବ୍ୟବସ୍ଥା।
  • ଦୁଷ୍କର୍ମ, ଏସିଡ୍ ମାଡ଼ ଏବଂ ନିର୍ଯାତନା ଭଳି ମାମଲାରେ ଏହି ଟାସ୍କଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
  • ଏସିଡ୍ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।
  • 30 ଦିନ ମଧ୍ୟରେ ସମସ୍ତ ପ୍ରକାର ଯୌନ ଅପରାଧ ଏବଂ ଏସିଡ୍ ଆକ୍ରମଣର ପରୀକ୍ଷା ଶେଷ କରିବାକୁ ବ୍ୟବସ୍ଥା।
  • ପୀଡିତାଙ୍କ ପରିଚୟ ପ୍ରକାଶ କରିଥିଲେ 3-5 ବର୍ଷ ଜେଲ୍ ଦଣ୍ଡ।
  • ଦୁଷ୍କର୍ମ ତଦନ୍ତ ଏବଂ ବିଚାରକୁ ତ୍ୱରାନ୍ୱିତ କରିବା ପାଇଁ ବିଲରେ ବିଏନଏସ (ଭାରତୀୟ ନ୍ୟାୟ ସଂହିତା) ବ୍ୟବସ୍ଥାରେ ସଂଶୋଧନ ଅନ୍ତର୍ଭୁକ୍ତ।
Advertisment
TMC Mamata Banerjee Anti-Rape Bill Rule Bengal Anti-Rape Bill