/odisha-reporter/media/post_attachments/uploadimage/library/16_9/16_9_0/IMAGE_1707909664.jpg)
West Bengal BJP chief Sukanta Majumdar
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ନେଇ ଥମୁନି ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି।
ଏହି ଘଟଣାକୁ ବିରୋଧ କରି ଆଜି ବିଜେପି ଆନ୍ଦୋଳନ କରିଛି। ଶତାଧିକ ସଂଖ୍ୟାରେ ଆନ୍ଦୋଳନରତ ବିଜେପି ନେତା ଓ କର୍ମୀ ସନ୍ଦେଶଖାଲିରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏମାନଙ୍କୁ ପୁଲିସ ଅଟକାଇଥିଲା। ଏହି ସମୟରେ ବିଜେପି ନେତା ଓ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଆହତ ହୋଇଛନ୍ତି। ତାଙ୍କ ସହ ଅନେକ ଦଳୀୟ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ବିଜେପି ନେତାଙ୍କ ଉପରେ ପୁଲିସ ଲାଠି ମାଡ କରିଥିବା ଅଭିଯୋଗ ହୋଇଛି। ଆହତ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଉଦ୍ଧାର କରି ବଶିରହଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ପ୍ରଥମିକ ଚିକିତ୍ସା ପରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି।
#WATCH | Basirhat, North 24 Parganas | West Bengal BJP president Sukanta Majumdar got injured after falling from the car, a lathi charge by security personnel followed soon after.
He has been taken to Basirhat multi-facility hospital pic.twitter.com/BAJBx0VPDQ
— ANI (@ANI) February 14, 2024
ଏହା ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ସୁକାନ୍ତ ମଜୁମଦାରଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଟାକିରେ ଥିବା ଏକ ଗେଷ୍ଟ ହାଉସରୁ ଆନ୍ଦୋଳନ ସ୍ଥଳକୁ ବାହାରିବାବେଳେ ଅଟକାଇଥିବା ଅଭିଯୋଗ ହୋଇଥିଲା। ବିଜେପି ନେତାଙ୍କୁ ସନ୍ଦେଶଖାଲି ଆଡ଼କୁ ଯିବାରୁ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ କିଛି ଅଞ୍ଚଳରେ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା ତେବେ ବିଜେପି ନେତାମାନେ ନିଷେଧାଦେଶକୁ ଅମାନ୍ୟ କରି ସନ୍ଦେଶଖାଲି ଅଭିମୁଖେ ଯାତ୍ରା ଜାରି ଏସ୍ପି ଅଫିସ ଘେରାଉ କରିଥିଲେ। ଏହି ସମୟରେ ସେମାନଙ୍କ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା।
ଉଲ୍ଲେଖଯୋଗ୍ୟ ଏହି ଘଟଣାକୁ କେନ୍ଦ୍ରକରି ଅଶାନ୍ତ ହୋଇ ପଡ଼ିଥିବା ସନ୍ଦେଶଖାଲିରେ ୧୪୪ ଧାରା ଜାରି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
