Advertisment

ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଗ୍ରହଣ କଲେନି ପଶ୍ଚିମବଙ୍ଗ ସରକାର

ପଶ୍ଚିମବଙ୍ଗରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଥିଲେ।

Bengal

Bengal

Advertisment

ବରିଷ୍ଠ ଡାକ୍ତରଙ୍କ ସାମୂହିକ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ଏପରି ଇସ୍ତଫାର କୌଣସି ଆଇନଗତ ବୈଧତା ନଥିବା ବେଙ୍ଗଲ ସରକାର କହିଛନ୍ତି। ସର୍ଭିସ ନିୟମ ଅନୁସାରେ ଇସ୍ତଫାପତ୍ର ଡାକ୍ତରମାନେ ଏକାକୀ ଓ ବ୍ୟକ୍ତିଗତ ଭାବେ ଦେବା ଦରକାର ବୋଲି ବେଙ୍ଗଲ ସରକାର କହିଛନ୍ତି।

Advertisment

ପଶ୍ଚିମବଙ୍ଗରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଚାଲିଥିବା କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସରକାରୀ ଚିକିତ୍ସା ଅନୁଷ୍ଠାନର ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ଦେଇଥିଲେ।

ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରମାନଙ୍କୁ ସାମୂହିକ ଇସ୍ତଫା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ସେମାନଙ୍କ ଇସ୍ତଫାକୁ କଲେଜ ଅଫ ମେଡିସନ ଓ ସାଗର ଦତ୍ତ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜ୍ୟୁଏଟ ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଏମଇଆର)ର ଡାକ୍ତରମାନେ ସମର୍ଥନ କରିଛନ୍ତି। ଏହି ସବୁ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଇସ୍ତଫା ଦେବେ।

Advertisment

ଏହାର ଜବାବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଳ୍ପପନ ବନ୍ଦୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ଏପରି ସାମୂହିକ ଇସ୍ତଫାକୁ ଗ୍ରହଣ କରିବେ ନାହିଁ। ଇସ୍ତ‍ଫା ହେଉଛି କର୍ମଚାରୀ ଓ ଚାକିରି ଦେଇଥିବା ସଂସ୍ଥା ମଧ୍ୟରେ ଥିବା ବ୍ୟକ୍ତିଗତ ପ୍ରସଙ୍ଗ। ରୁଲ ବୁକରେ ଏହା ଉଲ୍ଲେଖ ରହିଛି। ଇସ୍ତଫା ନେଇ ସାମୂହିକ ଚିଠିର କୌଣସି ଆଇନଗତ ବୈଧତା ନାହିଁ। ଆମେ ବିଭିନ୍ନ ସରକାରୀ ହସ୍ପିଟାଲରୁ ବିକ୍ଷିପ୍ତ ଚିଠି ସବୁ ପାଇଛୁ ବୋଲି ସେ କହିଛନ୍ତି।

ବ୍ୟକ୍ତିଗତ ଭାବେ ଡାକ୍ତରମାନେ ଇସ୍ତଫା ଦେଇ ନଥିବାରୁ ଏହାକୁ ସରକାର ବେଆଇନ କହୁଛନ୍ତି। ତେଣୁ ଆଗକୁ ଡାକ୍ତରଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବାର ଅଶାଙ୍କା ରହିଛି।

ଆରଜି କର କାଣ୍ଡ ପରେ ନ୍ୟାୟ ଦାବିରେ ବିକ୍ଷୋଭ କରୁଥିବା ଜୁନିୟର ଡାକ୍ତରଙ୍କ ସମର୍ଥନରେ ପ୍ରଥମେ ଏହି କଲେଜ ଓ ହସ୍ପିଟାଲର ଅନେକ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଥିଲେ। ଏହାପରେ ଅନ୍ୟ ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ।

West Bengal Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe